ଜାନୁଆରି ୩୧ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଉଡ଼ାଣ ରଦ୍ଦ

ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ତରଫରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ଉପରେ ଲଗାଯାଇଥିବା କଟକଣା ଅବଧିକୁ ଆସନ୍ତା ଜାନୁଆରି ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେପରି ବ୍ରିଟେନ୍‌କୁ ଯୋଡ଼ୁଥିବା ବିମାନର ଉଡ଼ାଣକୁ ଜାନୁଆରି ୭ ପର୍ଯ୍ୟନ୍ତ ବାତିଲ କରାଯାଇଛି। କରୋନାର ନୂଆରୂପ ବ୍ୟାପିବାକୁ ନଜରରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ବ୍ରିଟେନ୍‌ରୁ ଆସୁଥିବା କିମ୍ବା ସେଠାକୁ ଯାଉଥିବା ବିମାନର ଉଡ଼ାଣ ଜାନୁଆରି ୭ ପର୍ଯ୍ୟନ୍ତ ରଦ୍ଦ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ କୁହାଯାଇଥିଲା। କରୋନା ମହାମାରୀ ବ୍ୟାପିବା ପରଠାରୁୁ ଆନ୍ତର୍ଜାତିକ ଉଡ଼ାଣ ବନ୍ଦ ରହିଛି।

ସମ୍ବନ୍ଧିତ ଖବର