ନୂ୍ଆଦିଲ୍ଲୀ: କରୋନା ମହାମାରୀ ପାଇଁ ବନ୍ଦ ରହିଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳ ସମୟସୀମାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୩୦ ନଭେମ୍ବର ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ ବୋଲି ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କେତେକ ବିଶେଷ କ୍ଷେତ୍ରରେ ମନୋନୀତ ମାର୍ଗରେ ଅନ୍ତର୍ଜାତୀୟ ନିର୍ଦ୍ଧାରିତ ବିମାନ ଚଳାଚଳକୁ ଅନୁପତି ପ୍ରଦାନ କରାଯିବ ବୋଲି ଭାରତୀୟ ବିମାନ ନିୟାମକ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, କରୋନା ମହାମାରୀ କାରଣରୁ ଗତ ମାର୍ଚ୍ଚ ୨୩ରୁ ଭାରତରେ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ଯାତ୍ରୀ ସେବା ସ୍ଥଗିତ ରଖାଯାଇଥିଲା। ‘ବନ୍ଦେ ଭାରତ ମିସନ’ଏବଂ ଦ୍ବିପାକ୍ଷିକ ‘ଏୟାର ବବ୍ଲ’ ଅଧୀନରେ ଜୁଲାଇରୁ ସ୍ବତନ୍ତ୍ର ଅନ୍ତର୍ଜାତୀୟ ବିମାନ ସେବା ଜାରି ରହିଛି। ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ମଧ୍ୟ ସ୍ବତନ୍ତ୍ର ବିମାନ ଚଳାଚଳକୁ ମଞ୍ଜୁରୀ ଦେବା ଏବଂ ପରିବହନ ବିମାନ ଚଳାଚଳରେ କୌଣସି ସମସ୍ୟା ନାହିଁ ବୋଲି ଡିଜିସିଏ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।
୩୦ ନଭେମ୍ବର ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ
/sambad/media/post_attachments/wp-content/uploads/2020/06/flights1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)