୨୬ରୁ କୋଲକାତାରେ ଆନ୍ତର୍ଜାତିକ ଫୁଡ୍‌ଟେକ୍-୨୨

ଭୁବନେଶ୍ବର: ଚଳିତ ମାସ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ କୋଲକାତାର ମିଲନ୍ ମେଳା ପରିସରରେ ୧୯ତମ ଆନ୍ତର୍ଜାତିକ ଫୁଡ୍‌ଟେକ୍-୨୦୨୨ ପ୍ରଦର୍ଶନୀ ଆୟୋଜିତ ହେବ। ଏହା ହେଉଛି ଖାଦ୍ୟ ପ୍ରକ୍ରିୟାକରଣ, ଆତିଥେୟତା, ବେକରି, ମିଷ୍ଟାନ୍ନ ଓ ସ୍ନାକ୍ସ ଶିଳ୍ପର ପ୍ରମୁଖ ବାଣିଜ୍ୟ ପ୍ରଦର୍ଶନୀ। ଏହି ତିନି ଦିନିଆ ପ୍ରଦର୍ଶନୀରେ ଖାଦ୍ୟ ଉପକରଣ, ପ୍ୟାକେଜିଂ ପ୍ରଯୁକ୍ତି, ଡେରି ଉପକରଣ, ମିଷ୍ଟାନ୍ନ ଓ ନମକିନ ପ୍ରସ୍ତୁତି ମେସିନ, ଖାଦ୍ୟ ଉପାଦାନ ଓ ମିଶ୍ରଣ, ଆକ୍‌ସେସୋରିଜ୍, ଆଇଟି ସମାଧାନ ଆଦି ପ୍ରଦର୍ଶିତ କରାଯିବ। ଦେଶବିଦେଶର ପ୍ରାୟ ୧୫୦ କଂପାନି ଏଥିରେ ଭାଗ ନେବେ। ଭାରତ, ବାଲାଂଦେଶ, ନେପାଳ ଓ ଭୁଟାନରୁ ୧୦,୦୦୦ରୁ ଅଧିକ ଲୋକ ଏହି ପ୍ରଦର୍ଶନୀ ପରିଦର୍ଶନ କରିବେ ବୋଲି ଆଶା କରାଯାଉଛି। ଏଥର ବିଭିନ୍ନ ସରକାରୀ ସଂସ୍ଥା ଓ ଖାଦ୍ୟ ଶିଳ୍ପର କନସଲଟାଣ୍ଟ୍‌ମାନେ ମଧ୍ୟ ଭାଗ ନେବେ।

ସମ୍ବନ୍ଧିତ ଖବର