ଭୁବନେଶ୍ୱର: ଜନତା ମଇଦାନଠାରେ ଆନ୍ତର୍ଜାତିକ ଫର୍ଣ୍ଣିଚର୍ ଇଣ୍ଟେରିୟର୍ ଆଣ୍ଡ୍ ଏକ୍ସପୋ ଏବଂ ହେଲଥ୍ ଆଣ୍ଡ୍ ବିଉଟି ଏକ୍ସପୋ ଉଦ୍ଘାଟିତ ହୋଇଯାଇଛି। ଏହି ଦୁଇ ପ୍ରକାର ଏକ୍ସପୋ ଚଳିତ ମାସ ୧୮ରୁ ଆରମ୍ଭ ହୋଇଛି ଯାହା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏକ୍ସପୋର ଉଦ୍ଘାଟନୀ ଉତ୍ସବରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର , ସୋସିଆଲ େଓ୍ଵଲ୍ଫେୟାର ବୋର୍ଡର ଅଧ୍ୟକ୍ଷ ଲତିକା ପ୍ରଧାନ ଓ ପୁରୀ ରୋଟାରି କ୍ଲବ୍ ସଭାପତି ମନୋଜ ତ୍ରୀପାଠି ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ କୁଶଳୀ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଆସବାବପତ୍ର, ଇଣ୍ଟେରିୟର, ହୋମ୍ ଡେକର୍, ମାଟ୍ରେସ୍, ବିଲ୍ଡିଂ ଉତ୍ପାଦ, ପ୍ରାଚୀନ ଆସବାବପତ୍ର, ଡେକୋରେଟିଭ୍, ହସ୍ତ ଶିଳ୍ପ ସାମଗ୍ରୀ, , ଫେସନ୍, ଲାଇଫଷ୍ଟାଇଲ, କସ୍ମେଟିକ୍, ଗହଣା, ସୌନ୍ଦର୍ଯ୍ୟ ସାମଗ୍ରୀ, ବୁଟିକ୍, ସାଲୋନ୍ ତଥା ସ୍ପା ଓ ହର୍ବାଲ ପ୍ରଡକ୍ଟ ଆଦି ସାମଗ୍ରୀ ପ୍ରଦର୍ଶିତ ହୋଇଛି। ଏହା ବ୍ୟତୀତ କିଛି ବ୍ୟାବସାୟିକ ପ୍ରତିଷ୍ଠାନ ଓ ଉଦ୍ୟୋଗୀ ନିଜର ଇଲେକ୍ଟ୍ରୋନିକ୍ସ ଉତ୍ପାଦକୁ ମଧ୍ୟ ପ୍ରଦର୍ଶିତ କରିଛନ୍ତି। ଏକ୍ସପୋରେ ମୁଖ୍ୟ ଆକର୍ଷଣ ହେଉଛି ପର୍ଣ୍ଣିଚର ଜୋନ୍, ଇଣ୍ଟେରିୟର ଜୋନ୍ , ବିୟୁଟି ତଥା ହେଲ୍ଥ୍ ଜୋନ, ହ୍ୟାଣ୍ଡଲୁମ୍ ଜୋନ ଓ ଫୁଡ୍ ଜୋନ୍। ଏଠାରେ ମା’ ଓ ଶିଶୁମାନଙ୍କୁ ନେଇ ଏକ ଫେସନ୍ ସୋ’ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଗୁପ୍ତା ଇଭେଣ୍ଟ୍ର ଚେୟାରମ୍ୟାନ୍ ସୁଜିତ ଗୁପ୍ତା ଓ ଏମ୍ଡି ପାୟଲ୍ ଆଚାର୍ଯ୍ୟ ଗୁପ୍ତା କହିଛନ୍ତି।
ଆନ୍ତର୍ଜାତିକ ଫର୍ଣ୍ଣିଚର୍ ଇଣ୍ଟେରିୟର୍ ଓ ହେଲ୍ଥ ଏକ୍ସପୋ ଆରମ୍ଭ
/sambad/media/post_attachments/wp-content/uploads/2018/05/furniture.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)