ନାଲ୍‌କୋରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଭୁବନେଶ୍ବର: ଆଜି ନାଲ୍‌କୋ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ ସେଣ୍ଟର୍‌ (ଏନ୍‌ଆର୍‌ଟିସି)ରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ପାଇଁ ନାଲ୍‌କୋ ପକ୍ଷରୁ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଦେଶର ଅଭିବୃଦ୍ଧି ପ୍ରତି ସେମାନଙ୍କ ଯୋଗଦାନ ଏବଂ ସେମାନେ ଯେଉଁଭଳି ଭିନ୍ନତା ଆଣିଛନ୍ତି ସେଥିପାଇଁ ମହିଳାମାନେ ପ୍ରଶଂସାଯୋଗ୍ୟ ବୋଲି ସେ କହିଛନ୍ତି।

ଏହି ଅବସରରେ ପଦ୍ମଶ୍ରୀ ବିଜୟିନୀ ତଥା ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମହିଳାମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଛନ୍ତି। ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର କହିଛନ୍ତି ଯେ ନାଲ୍‌କୋକୁ ସୁଦୃଢ଼ କରିବାରେ ମହିଳା କର୍ମଚାରୀମାନେ ସର୍ବଦା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। କର୍ମଚାରୀଙ୍କ ସଫଳତା ଏବଂ ବର୍ଷତମାତ ସେମାନଙ୍କ ଅବଦାନ ପାଇଁ ଆମେ ଗର୍ବିତ। ଏହି ଅବସରରେ ନାଲ୍‌କୋ ମହିଳା ସମିତିର ସଭାନେତ୍ରୀ ସସ୍ମିତା ପାତ୍ର ଓ ସମିତିର ଅନ୍ୟ ସଦସ୍ୟାମାନଙ୍କୁ ‘ଛାୟା ସଂସଦ’ କାର୍ଯ୍ୟକ୍ରମ ପାଇଁ ଅତିଥିମାନେ ସମ୍ବର୍ଦ୍ଧିତ କରିଛନ୍ତି। କୁଇଜ୍ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କଂପାନିର ମହିଳା କର୍ମଚାରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ଏହି ଅବସରରେ କଂପାନିର ନିର୍ଦେଶକ (ମାନବ ସମ୍ବଳ) ରାଧାଶ୍ୟାମ ମହାପାତ୍ର, ନିର୍ଦେଶକ (ପିଆଣ୍ଡ୍‌ଟି ଓ ଫାଇନାନ୍ସ) ଏମ୍ ପି ମିଶ୍ର, ନିର୍ଦେଶକ (ଉତ୍ପାଦନ ଓ ବାଣିଜ୍ୟ) ବିଜୟ କୁମାର ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର