ନାଲ୍କୋ
ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍ (ନାଲକୋ) ପକ୍ଷରୁ ମହୀଶୂରଠାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ଅଧିବେଶନର ସିଧା ପ୍ରସାରଣକୁ ଦେଖିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ‘ଆଜାଦୀ କା ଅମୃତ ମହୋତ୍ସବ’ ଉପଲକ୍ଷେ ନାଲକୋର ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ମଧ୍ୟ ଅନ୍ୟ ଏକ ବିଶେଷ ଯୋଗ ଅଧିବେଶନର ଆୟୋଜନ କରାଯାଇଥିଲା। ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଯୋଗ ଅଧିବେଶନରେ କମ୍ପାନିର ନିର୍ଦ୍ଦେଶକମଣ୍ଡଳୀ, ବରିଷ୍ଠ ଅଧିକାରୀ, କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ, ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ(ଜିଏସଆଇ) ଓ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ୍)ର ଅଧିକାରୀ, ଛାତ୍ରଛାତ୍ରୀ ଏବଂ ନାଲକୋ ମହିଳା ସମିତିର ସଦସ୍ୟାମାନେ ଯୋଗଦେଇଥିଲେ।
ବେଦାନ୍ତ ଆଲୁମିନିୟମ, ଭକ୍ତି ବେଦାନ୍ତ, ଆମ୍ରି ହସ୍ପିଟାଲ୍ସ
ଦେବାନ୍ତ ଆଲୁମିନିୟମ, ଭକ୍ତି ବେଦାନ୍ତ ଇନଷ୍ଟିଚ୍ୟୁଟ୍ ଓ ଆମ୍ରି ହସ୍ପିଟାଲ୍ସ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଭକ୍ତି ବେଦାନ୍ତର ମୁଖ୍ୟ ସ୍ବାମୀ ଅଚ୍ୟୁତ କେଶବ ଦାସ, ବେଦାନ୍ତର ସଭାପତି ଡ. ତପନ କୁମାର ଚାନ୍ଦ, ଆମ୍ରି ହସ୍ପିଟାଲ୍ସର ୟୁନିଟ୍ ମୁଖ୍ୟ ନିଲଞ୍ଜନା ମୁଖାର୍ଜୀ, ବେଦାନ୍ତର ସିଇଓ ରାହୁଲ ଶର୍ମା ଓ ବେଦାନ୍ତ ଭୁବନେଶ୍ବରର ଦିଗବିଜୟ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ବେଦାନ୍ତ ପକ୍ଷରୁ ଝାରସୁଗୁଡ଼ା ଓ ଲାଞ୍ଜିଗଡ଼ରେ ଥିବା କାରଖାନାରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଛି।
ପତଞ୍ଜଳି
ବାବା ରାମଦେବଙ୍କ ନେତୃତ୍ବରେ ପତଞ୍ଜଳି ଯୋଗପୀଠର-୨ର ପତଞ୍ଜଳି ୱେଲ୍ନେସ୍ ସେଣ୍ଟର୍ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ଦିଲ୍ଲୀର ଲାଲ କିଲ୍ଲାରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଆୟୋଜନ କରାଯାଇଥସିବା କାର୍ଯ୍ୟକ୍ରମ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଦ୍ବାରା ପରିଚାଳିତ ହୋଇଥିଲା। ଆଜାଦୀ କି ଅମୃତ ମହୋତ୍ସବର ଅଂଶ ଭାବେ ଦେଶରେ ଥିବା ପତଞ୍ଜଳି ଯୋଗ ସମିତିଗୁଡ଼ିକର ସହଯୋଗରେ ଦେଶର ୭୫ଟି ଐତିହାସିକ ଓ ସାଂସ୍କୃତିକ ସ୍ଥାନ, ୫୦୦ଟି ଜିଲ୍ଲା ଓ ୫୦୦୦ ତହସିଲରେ କୋଟି କୋଟି ଲୋକ ଯୋଗଭ୍ୟାସ କରିଛନ୍ତି।