ବିମାନ ଯାତ୍ରା ସମୟରେ ମିଳିବ ହ୍ଵାଟସ୍‌ ଆପ ସହ କଲିଙ୍ଗର ସୁବିଧା

ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଏବେ ଯାତ୍ରା ସମୟରେ ପାଇବେ ହ୍ଵାଟସ୍‌ ଆପ, କଲିଙ୍ଗ ଏବଂ ଇମେଲ ସୁବିଧା । ସୁଚନାରୁ ଜଣାପଡ଼ିଛି ଏୟାର ଇଣ୍ଡିଆ ବିମାନଯାତ୍ରା ସମୟରେ ହ୍ଵାଟସ୍‌ ଆପ, କଲିଙ୍ଗ, ମେସେଜ ଏବଂ ଇମେଲ ସୁବିଧା ଯୋଗାଇଦେବ । ବିମାନରେ ଇଣ୍ଟେରନେଟ ସୁବିଧା ଯୋଗାଇବା ପାଇଁ ଏୟାରଇଣ୍ଡିଆର ସେୟାରହୋଲ୍ଡରର୍ସ ରାଜି ହୋଇସାରିଲେଣି। ବିମାନ ଚଳାଚଳ ମନ୍ତ୍ରାଳୟ ମଧ୍ୟ ବିମାନ ଯାତ୍ରା ସମୟରେ ଇଣ୍ଟେରନେଟ ସୁବିଧା ଯୋଗାଇବା ପାଇଁ ରାଜି ହୋଇଯାଇଛି। ତେବେ ଉଡ଼ାଣ ସମୟରେ ଯାତ୍ରୀ ଇଣ୍ଟରନେଟ କେତେ ବ୍ୟବହାର କରିବେ ଏହାର ସଂପୂର୍ଣ୍ଣ ସୂଚନା ବିମାନ ଅଧିକାରୀଙ୍କ ପାଖରେ ରହିବ।

ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ଠାରେ ହୋଇଥିବା ଇନ-ଫ୍ଲାଇଟ୍‌ କନେକଟିଭିଟି (ଆଇଏଫସି) ବୈଠକରେ ବିମାନରେ ଇଣ୍ଟେରନେଟ ସୁବିଧା ନେଇ ଚର୍ଚ୍ଚା କରାଯାଇଥିଲା। ତେବେ ବିମାନରେ ଇଣ୍ଟେରନେଟ ସୁବିଧାର ନିୟମ ଉଭୟ ଘରୋଇ ଏବଂ ବିଦେଶୀ ବିମାନ ପାଇଁ ସମାନ ରହିବ । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କୌଣସି ଏୟାରଲାଇନ୍ସ ବିମାନ ଯାତ୍ରା ସମୟରେ ଇଣ୍ଟରନେଟ ବା ମୋବାଇଲ ସୁବିଧା ଯୋଗାଉନାହିଁ। “ବିମାନ ଯାତ୍ରା ସମୟରେ ଇଣ୍ଟରନେଟ ସୁବିଧା ଯୋଗାଇବାରେ କୌଣସି ଅସୁବିଧା ଦେଖାଯାଉନାହିଁ । ପୂର୍ବରୁ ମଧ୍ୟ ପ୍ରାୟ ୭୦ ବିଦେଶୀ ଏୟାରଲାଇନ୍ସ ବିମାନ ଉଡ଼ାଣ ସମୟରେ ଓ୍ଵାଇଫାଇର ସୁବିଧା ଯୋଗାଇଥିବା ବେଳେ ୩୦ଟି ଏୟାରଲାଇନ୍ସ ମୋବାଇଲ ବ୍ୟବହାରରର ସୁବିଧା ଯୋଗାଉଛନ୍ତି ବୋଲି କନେକଟିଭିଟିକୁ ନେଇ ଚର୍ଚ୍ଚା ସମୟରେ ଟ୍ରାଇର ଅଧକ୍ଷ ଆର ଏସ ଶର୍ମା କହିଥିଲେ।

ଅନେକ ଅନ୍ତଃରାଷ୍ଟ୍ରୀୟ କମ୍ପାନି ରହିଛି ଯାହା ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କୁ ଇଣ୍ଟେରନେଟର ସୁବିଧା ଯୋଗାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ଆମେ ବହୁ ଶୀଘ୍ର ଇନ-ଫ୍ଲାଇଟ କନେକଟିଭିଟିକୁ ନେଇ ଚର୍ଚ୍ଚାକୁ ସାର୍ବଜନୀନ କରିବୁ ବୋଲି କହିଥିଲେ ଟ୍ରାଇ ଅଧକ୍ଷ । ବିମାନରେ ଇଣ୍ଟେରନେଟ ବ୍ୟବହାର ପାଇଁ ଏୟାରଟେଲ ଏବଂ ଭୋଡ଼ାଫୋନ ‘ଏୟାର ଟୁ ଗ୍ରାଉଣ୍ଡ'(ଏଟୁଜି) ସେବା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ଦୁଇ କମ୍ପାନି ଏଟୁଜି ସେବା ଦାମୀକା ସାଟେଲାଇଟ ସେବା ଅପେକ୍ଷା ଭଲ କହିଥିବା ବେଳେ ଜିଓ ଏଲଟିଇ ଏବଂ ସାଟେଲାଇଟ ସେବା ଭଲ ବୋଲି ପ୍ରସ୍ତାବ ଦେଇଥିଲା ।

ସମ୍ବନ୍ଧିତ ଖବର