ଓ୍ଵାସିଂଟନ: ଭାରତୀୟଙ୍କ ଶୁଭ ସକାଳ ବା ଗୁଡ୍ ମର୍ଣ୍ଣିଂ ମେସେଜ୍ ପ୍ରେମ ଏବେ ଇଣ୍ଟରନେଟ୍ ଜଗତ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଅଧିକାଂଶ ଲୋକଙ୍କ ହାତରେ ସ୍ମାର୍ଟଫୋନ୍ ରହିବା ଏବଂ ସୁଲଭ ଦରରେ ଇଣ୍ଟରନେଟ୍ ଉପଲବ୍ଧ ହେବା ପରେ ଭାରତୀୟମାନେ ପ୍ରତିଦିନ ବିପୁଳ ପରିମାଣର ଗୁଡ୍ ମର୍ଣ୍ଣିଂ ମେସେଜ୍ ପଠାଉଛନ୍ତି। ଏହି ମେସେଜ୍ଗୁଡ଼ିକ ସ୍ମାର୍ଟଫୋନ୍ର ମେମୋରିରେ ଥିବା ଫାଙ୍କା ସ୍ଥାନକୁ ଖାଇଯାଉଛି। ଭାରତର ପ୍ରତି ତିନିଟି ଫୋନ୍ରେ ଗୋଟିଏ ଫୋନ୍ର ମେମୋରି ଗୁଡ ମର୍ଣ୍ଣିଂ ମେସେଜ୍ ଯୋଗୁଁ ଫୁଲ୍ ହୋଇଯାଉଛି। ବିଶ୍ୱର ଅଗ୍ରଣୀ ଇଣ୍ଟରନେଟ୍ କଂପାନି ଗୁଗୁଲ୍ ଏହି ସମସ୍ୟାର ସନ୍ଧାନ କରିଛି। ଭାରତୀୟମାନେ ଦେବାଦେବୀଙ୍କ ଫଟୋ, ସୁନ୍ଦର ଫୁଲ, ଛୋଟ ପିଲା, ଚଢ଼େଇ ଆଦିର ଚିତ୍ର ଉପରେ ଗୁଡ୍ ମର୍ଣ୍ଣିଂ ଲେଖା ମେସେଜ୍ କିମ୍ବା ଭିଡିଓ ମେସେଜ୍ ପଠାଉଛନ୍ତି। ହ୍ଵାଟସ୍ଆପ୍ ଜରିଆରେ ଏଭଳି ମେସେଜ୍ ଅଧିକ ପଠାଯାଉଛି। ଭାରତରେ ପ୍ରଥମ ଥର ଇଣ୍ଟରନେଟ୍ ବ୍ୟବହାର କରୁଥିବା ଲୋକମାନେ ‘ଗୁଡ ମର୍ଣ୍ଣିଂ’ ମେସେଜ୍ ପଠାଇବାକୁ ବହୁତ ଭଲ ପାଉଛନ୍ତି। ଓ୍ଵାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଲେଖାଯାଇଛି ଯେ ବିଗତ ପାଞ୍ଚ ବର୍ଷ ଭିତରେ ଗୁଗୁଲ୍ରେ ଗୁଡ୍ ମର୍ଣ୍ଣିଂ ମେସେଜ୍ ଛବି ସନ୍ଧାନ କରିବା ପରିମାଣ ୧୦ ଗୁଣା ବଢ଼ିଯାଇଛି। ଗୁଡ୍ ମର୍ଣ୍ଣିଂ ମେସେଜ୍କୁ ନେଇ ଯେଉଁ ସମସ୍ୟା ଦେଖାଦେଇଛି ତାହାର ସମାଧାନ କରିବା ପାଇଁ ଦିନରାତି ପରିଶ୍ରମ କରି ଗୁଗୁଲ୍ର ଇଞ୍ଜିନିୟରମାନେ ‘ଗୁଗୁଲ୍ ଫାଇଲସ୍ ଗୋ’ ଆପ୍ ବିକଶିତ କରିଛନ୍ତି। ଏହି ଆପ୍କୁ ବ୍ୟବହାର କରି ଫୋନ୍ର ମେମୋରିକୁ ଫାଙ୍କା କରାଯାଇପାରୁଛି। ଏହି ଆପ୍ ୧ କୋଟିରୁ ଅଧିକ ଥର ଡାଉନ୍ଲୋଡ୍ ହୋଇସାରିଲାଣି। ହ୍ଵାଟସ୍ଆପ୍ ସେମଜେ୍୍କୁ ଡିଲିଟ୍ କରିବାରେ ଏହା ବେଶ ସହାୟକ ହେଉଛି।
ଭାରତୀୟ ପଠାଉଛନ୍ତି ବହୁତ ‘ଗୁଡ୍ ମର୍ଣ୍ଣିଂ’ ମେସେଜ୍, ମେମୋରି ଫୁଲ୍ କରିଦେଉଛନ୍ତି
/sambad/media/post_attachments/wp-content/uploads/2018/01/good-morning.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)