ନୂଆଦିଲ୍ଲୀ: ୧୯୯୫ ମସିହା ଅଗଷ୍ଟ ୧୫ ତାରିଖରେ ଭାରତରେ ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଥିଲା। ତେଣୁ ଇଣ୍ଟରନେଟକୁ ଭାରତରେ ଇତିମଧ୍ୟରେ ୨୫ ବର୍ଷ ପୂରଣ ହୋଇଛି। ଏହି ୨୫ ବର୍ଷ ମଧ୍ୟରେ ଭାରତ ଇଣ୍ଟରନେଟ୍ ସଂଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଭାରତରେ ଇଣ୍ଟରନେଟ୍ ସଂଯୋଗ ସଂଖ୍ୟା ଗତ ଅଗଷ୍ଟ ମାସ ସୁଦ୍ଧା ୭୫ କୋଟିର ମାଇଲଖୁଣ୍ଟ ଟପିଛି। ତେବେ ଗତ ୪ ବର୍ଷ ମଧ୍ୟରେ ଇଣ୍ଟରନେଟ୍ ସଂଯୋଗ ସଂଖ୍ୟା ଦ୍ରୁତଗତିରେ ବଢ଼ି ଦୁଇଗୁଣ ହୋଇଛି। ୨୦୧୬ ମାର୍ଚ୍ଚରେ ଦେଶରେ ୩୪ କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ଥିବାବେଳେ ୨୦୧୭ ମାର୍ଚ୍ଚରେ ୪୨ କୋଟି, ୨୦୧୮ ସେପ୍ଟେମ୍ବରରେ ୫୬ କୋଟି ଏବଂ ୨୦୨୦ ଅଗଷ୍ଟରେ ୭୬ କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ରହିଛନ୍ତି ବୋଲି ଟ୍ରାଇ ତଥ୍ୟରୁ ଜଣାଯାଇଛି। ୭୬ କୋଟି ଇଣ୍ଟରନେଟ୍ ସଂଯୋଗ ମଧ୍ୟରୁ ଅଧିକାଂଶ ବ୍ୟବହାରକାରୀ ସହରାଞ୍ଚଳରେ ରହିଛନ୍ତି। ସେହିଭଳି ମୋବାଇଲ ଫୋନ୍ ଓ ଡଙ୍ଗଲ ଭଳି ଓୟାରଲେସ୍ ଉପକରଣ ମାଧ୍ୟମରେ ଅଧିକାଂଶ ଇଣ୍ଟରନେଟ୍ ସଂଯୋଗ ରହିଛି।
ଇଣ୍ଟରନେଟ୍ ବ୍ୟବହାରକାରୀ ୭୫ କୋଟି ଟପିଲେ
/sambad/media/post_attachments/wp-content/uploads/2020/10/Mobile-Internet-Service.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)