ଭୁବନେଶ୍ବର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷା ୨୦୨୩ର ସାକ୍ଷାତକାର ପାଇଁ ୮୦୬ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୬ରୁ ଏହା ଆରମ୍ଭ ହେଉଥିବା ବେଳେ ଆପ୍ଟିପ୍ଲସ୍‌ରେ ଏଥିପାଇଁ ଚଳିତ ମାସ ୨୬ରୁ ସାକ୍ଷାତ୍‌କାର ପ୍ରୋଗ୍ରାମ ଆରମ୍ଭ ହୋଇଛି। ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍ ମାଧ୍ୟମରେ ନାମଲେଖା ଚାଲିଛି। ଏଥିରେ ବାୟୋଡାଟା ଅନୁଶୀଳନ ସହ ଓଡ଼ିଶାର ସାମ୍ପ୍ରତିକ ଘଟଣାବଳୀ ଉପରେ ପାଠ୍ୟ ଉପକରଣ ଦିଆଯାଉଛି।

Advertisment

ଏହି ମକ୍ ସାକ୍ଷାତ୍‌କାର ପ୍ରୋଗ୍ରାମରେ ପ୍ୟାନେଲ୍ ସଦସ୍ୟ ଭାବେ ପୂର୍ବତନ ଓପିଏସ୍‌ସି ବୋର୍ଡ ସଦସ୍ୟ, ଅବସରପ୍ରାପ୍ତ ପ୍ରଶାସକ ଓ ମନସ୍ତତ୍ବବିତ୍‌ ରହିବେ। ତ୍ରୁଟି ସୁଧାରିବା ଲାଗି ଛାତ୍ରଛାତ୍ରୀଙ୍କୁ ଭିଡିଓ ରେକର୍ଡିଂ ଦିଆଯିବ। ୱାନ୍ ଟୁ ୱାନ୍ ମକ୍ ସାକ୍ଷାତକାରର ମଧ୍ୟ ବ୍ୟବସ୍ଥା କରାଯାଇଛି। ଓଏଏସ୍‌ ପରୀକ୍ଷା ୨୦୨୨ରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଆପ୍ଟିପ୍ଲସ୍‌ର ୭ ଜଣ ଛାତ୍ରଛାତ୍ରୀ ରହିଥିଲେ। ବିଭିନ୍ନ ପ୍ରୋଗ୍ରାମର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ। ଆପ୍ଟିପ୍ଲସ୍‌ରେ ବର୍ତ୍ତମାନ ସ୍ନାତକ ପଢ଼ୁଥିବା ଓ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଆଇଏଏସ୍ ଓ ଓଏଏସ୍‌ ଇଣ୍ଟିଗ୍ରେଟେଡ୍ କୋର୍ସ ସହ ଆଡ୍‌ଭାନ୍ସଡ୍ ଲେବଲ୍ ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ଦିଲ୍ଲୀର ଅଭିଜ୍ଞ ଅଧ୍ୟାପକ ଅଧ୍ୟାପିକା ପାଠପଢ଼ାଉଥିବା ବେଳେ ଆବଶ୍ୟକ ପାଠ୍ୟ ପୁସ୍ତକ, ପାଠାଗାର ଓ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ୍‌ ସୁବିଧା ରହିଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ସଫଳତା ଜାରି ରଖିବାକୁ ଆପ୍ଟିପ୍ଲସ୍ ସଂକଳ୍ପବଦ୍ଧ ବୋଲି ଏହାର ନିର୍ଦ୍ଦେଶକ ଡ. ସୁସିଜିତ ସାହୁ କହିଛନ୍ତି।