ଭୁବନେଶ୍ୱର: ଏସି, ଓ୍ଵାସିଂ ମେସିନ୍ଠାରୁ ଆରମ୍ଭ କରି ମୋବାଇଲ୍ ଫୋନ୍ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କଞ୍ଜ୍ୟୁମର ଡ୍ୟୁରେବଲ୍ ସାମଗ୍ରୀ ବିକ୍ରି କରୁଥିବା ଇଣ୍ଟେକ୍ସ ଟେକ୍ନୋଲୋଜିସ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ କର୍ମଚାରୀମାନଙ୍କୁ ଉଦ୍ୟୋଗୀ ହେବାରେ ବିଶେଷ ସହାୟତା ପ୍ରଦାନ କରାଯାଉଛି। କଂପାନି ଏହାର କିଛି ପୂର୍ବତନ କର୍ମଚାରୀଙ୍କୁ ସର୍ଭିସ୍ ସେଣ୍ଟର୍ ଖୋଲିବାର ସୁଯୋଗ ଦେଇଛି। ସାରା ଭାରତରେ ୨୦ ଜଣ ପୂର୍ବତନ କର୍ମଚାରୀ ଏଥିପାଇଁ ଆଗେଇ ଆସିଛନ୍ତି। ସେଥି ମଧ୍ୟରୁ ୪ ଜଣ ହେଉଛନ୍ତି ଓଡ଼ିଶାର। ସେମାନେ କଟକ, ଭୁବନେଶ୍ୱର, କୋରାପୁଟ ଏବଂ ଅନୁଗୁଳରେ ନିଜ ନିଜର ସର୍ଭିସ୍ ସେଣ୍ଟର୍ ଖୋଲିଛନ୍ତି ବୋଲି କଂପାନିର କଷ୍ଟମର୍ ସର୍ଭିସ୍ ମୁଖ୍ୟ ବିଜୁ ଆବ୍ରାହମ୍ କହିଛନ୍ତି। ସାରା ଓଡ଼ିଶାରେ କଂପାନିର ୧୫ଟି ସର୍ଭିସ୍ ସେଣ୍ଟର୍ ରହିଛି। ସେଥି ମଧ୍ୟରୁ ୪ଟି ପୂର୍ବତନ କର୍ମଚାରୀମାନେ ଖୋଲିଛନ୍ତି। ଏହି ପୂର୍ବତନ କର୍ମଚାରୀମାନଙ୍କ ଇଲେକ୍ଟ୍ରୋନିକ୍ସ ଏବଂ କମ୍ପ୍ୟୁଟର ହାର୍ଡଓୟାରରେ ଡିପ୍ଲୋମା କରିଛନ୍ତି। କର୍ମଚାରୀମାନଙ୍କୁ ଉଦ୍ୟୋଗୀ ହେବା ପାଇଁ କଂପାନି ସବୁ ପ୍ରକାର ସହାୟତା ଯୋଗାଇ ଦେଉଛି। ସର୍ଭିସ୍ ସେଣ୍ଟରକୁ ଠିକ ଭାବେ ପରିଚାଳନା କରିବା ପାଇଁଁ ସେମାନଙ୍କୁ ଆଗୁଆ ତାଲିମ ପ୍ରଦାନ କରାଯାଉଛି। ସେମାନଙ୍କ ପାଇଁ ଉତ୍ତମ ପ୍ରୋତ୍ସାହନର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଗାମୀ ଦିନରେ କଂପାନି ଓଡ଼ିଶାରେ ୭ଟି ନୂଆ ସର୍ଭିସ୍ ସେଣ୍ଟର୍ ଖୋଲିବାକୁ ଯୋଜନା ରଖିଛି।
ପୂର୍ବତନ କର୍ମଚାରୀଙ୍କୁ ସର୍ଭିସ୍ ସେଣ୍ଟର୍ ଖୋଲିବାର ସୁଯୋଗ ଦେଉଛି ‘ଇଣ୍ଟେକ୍ସ’
/sambad/media/post_attachments/wp-content/uploads/2018/02/intex-logo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)