ମୁମ୍ବାଇ- ଇଣ୍ଟେକ୍ସ ପକ୍ଷରୁ ଆଜି ଇଏଲଓ୍ଵାଇଟି ସିରିଜର ଏକ ନୂଆ ଫୋନ ଇଏଲଓ୍ଵାଇଟି ଇ୬ ଲଞ୍ଚ୍ କରାଯାଇଛି । କେବଳ କଳା ରଙ୍ଗରେ ମିଳୁଥିବା ଏହି ଫୋନଟିର ମୂଲ୍ୟ ୬,୯୯୯ ଟଙ୍କା ରଖାଯାଇଛି । ଏହା ଚଳିତ ମାସ ୧୫ରୁ କେବଳ ଫ୍ଲିପକାର୍ଟରେ ମିଳିବ । ନୂଆ ଇଣ୍ଟେକ୍ସ ଇଏଲଓ୍ଵାଇଟି ଇ୬ ଏକ ୫ ଇଞ୍ଚ୍ ଏଚ୍ଡି (୧୨୮୦x୭୨୦ ପିକ୍ସେଲ) ଡିସପ୍ଲେ ଓ ଏକ ୨.୫ ଡି ଡ୍ରାଗନହିଲ୍ ପ୍ରୋଟେକ୍ଟେଡ୍ ଗ୍ଲାସ ସହ ଆସୁଛି । ଏହା ଏକ ୧.୨୫ କ୍ୱାଡ୍ କୋର ମିଡିଆଟେକ୍ ପ୍ରୋସେସର ଓ ୩ଜିବି ର୍ୟାମ ସହ ଆସୁଛି । ଏହି ସ୍ମାର୍ଟଫୋନଟି ଆଣ୍ଡ୍ରଏଡ୍ ୭.୦ ନୌଗାଟ ଅପରେଟିଂ ସିଷ୍ଟମ ଦ୍ୱାରା ଚାଳିତ ଓ ଏଥିରେ ରହିଛି ୪୦୦୦ ଏମଏଏଚ ବ୍ୟାଟେରୀ । ଏହାର ଶକ୍ତିଶାଳୀ ବ୍ୟାଟେରୀ ଦ୍ୱାରା ଏହା ୮-୧୬ ଘଣ୍ଟାର ଟକ୍-ଟାଇମ୍ ଓ ୧୨ ଦିନର ଷ୍ଟାଣ୍ଡ ବାଏ ଟାଇମ ପ୍ରଦାନ କରୁଛି ।
Sambad is now on WhatsApp
Join and get latest news updates delivered to you via WhatsApp
ନୂଆ ଇଣ୍ଟେକ୍ସ ଇଏଲଓ୍ଵାଇଟି ଇ୬ ୩୨ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ସହ ଆସୁଛି ଯାହାକୁ ୧୨୮ ଡିବି ପର୍ଯ୍ୟନ୍ତ ବଢାଇହେବ । ଏହାଛଡା ଏହି ଫୋନଟି ୪ଜି ଭୋଲଟି, ଓ୍ଵାଇଫାଇ, ବ୍ଲୁଟୁଥ୪.୦, ଜିପିଏସ ଓ ଜି ସେନସର ସହ ଆସୁଛି ।
ଏହି ସ୍ମାର୍ଟଫୋନଟି ଆଜିର ଟେକ୍ସେଭି ଯୁବପିଢିମାନଙ୍କୁ ଦୃଷ୍ଟିରେ ରଖି ଏହି ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଇଣ୍ଟେକ୍ସର ନିର୍ଦ୍ଦେଶକ ନିଧି ମାର୍କଣ୍ଡେୟ କହିଛନ୍ତି ।