ଏତେ ବଡ଼ ଦୁର୍ନୀତି ହୋଇଗଲା କିନ୍ତୁ ଅଡିଟରମାନେ ଜାଣିି ପାରିଲେ ନାହିଁ କିପରି ?

ନୂଆଦିଲ୍ଲୀ: ଏତେ ବଡ଼ ଦୁର୍ନୀତି ହୋଇଗଲା କିନ୍ତୁ ଅଡିଟରମାନେ ଧରି ପାରିଲେ ନାହିଁ । ଏହି ମାମଲାକୁ ନେଇ ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ଆତ୍ମମନ୍ଥନ କରିବା ଆବଶ୍ୟକ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ପିଏନବି ମହାଦୁର୍ନୀତିର ନାଁ ନ ନେଇ ସେ ଏକଥା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ଷ ବର୍ଷ ଧରି ଏତେ ବଡ଼ ଠକେଇ ଚାଲିଥିଲା । କିନ୍ତୁ ଇଣ୍ଟରନାଲ(ଆଭ୍ୟନ୍ତରୀଣ) ଓ ଏକ୍ସଟରନାଲ (ବାହ୍ୟ) ଅଡିଟରମାନେ କେମିତି ଜାଣିପାରିଲେ ନାହିଁ ? ଯଦି ଜାଣିପାରିଲେ ନାହିଁ ତେବେ ସେମାନେ ଆତ୍ମମନ୍ଥନ କରିବା ଆବଶ୍ୟକ ଯେ ଆଉ କଣ କଲେ ଆଗକୁ ଏପରି ଠକେଇକୁ ରୋକିହେବ । ଅନ୍ୟପକ୍ଷରେ ବ୍ୟାଙ୍କର ସୁଚାରୁ ପରିଚାଳନା ପାଇଁ ବ୍ୟାଙ୍କର ମ୍ୟାନେଜମେଣ୍ଟକୁ କ୍ଷମତା ଦିଆଯାଇଛି । ଏହି କ୍ଷମତାକୁ ସେମାନେ ଉଚିତ ସମୟରେ ଉଚିତ ଢଙ୍ଗରେ ପ୍ରୟୋଗ କରି ବ୍ୟାଙ୍କ ଓ ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା କରିବା ଆବଶ୍ୟକ । (ପିଏନବି ପରି) ଏପରି ଠକେଇ ଦ୍ୱାରା ସାରା ଦେଶର ଟିକସଦାତା ପ୍ରଭାବିତ ହୁଅନ୍ତି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର