ଭୁବନେଶ୍ୱରରେ କର୍ଲନ୍‌ର ନୂଆ କାରଖାନା

୧୫୦ କୋଟି ନିବେଶ ହେବ

ଭୁବନେଶ୍ୱର: ଦେଶର ଅଗ୍ରଣୀ ମାଟ୍ରେସ, ସୋଫା, ଫର୍ଣ୍ଣିଚର୍‌ ଓ ଫର୍ଣ୍ଣିସିଂ ଉତ୍ପାଦ ନିର୍ମାତା କର୍ଲନ୍‌ ପକ୍ଷରୁ ଭୁବନେଶ୍ୱରରେ ନୂଆ କାରଖାାନ ସ୍ଥାପନ କରାଯାଉଛି। ଏହାର ଭିତ୍ତିପ୍ତସ୍ତର ସ୍ଥାପନ ଉତ୍ସବ ଶେଷ ହୋଇଥିବା ବେଳେ ନିର୍ମାଣ କାମ ଆରମ୍ଭ ହୋଇଛି। ଏହି ପ୍ରକଳ୍ପରେ କଂପାନି ୧୫୦ କୋଟି ଟଙ୍କା ନିବେଶ କରୁଛି। ୨୦୧୯ ମାର୍ଚ ସୁଦ୍ଧା ଏହି କାରଖାନାରୁ ଉତ୍ପାଦନ ଆରମ୍ଭ କରିବାକୁ କଂପାନି ଲକ୍ଷ୍ୟ ରଖିିଛି। ୨୦ ଏକର ପରିମିତ ଜମି ଉପରେ ଏହି କାରଖାନା ନିର୍ମାଣ କରାଯାଉଛି। ଦେଶରେ ଏହା କଂପାନିର ୧୦ତମ କାରଖାନା। ଏହି ସମନ୍ଵିତ କାରଖାନାରେ ଏକ ରବରାଇଜଡ୍‌ କଏର ପ୍ଲାଂଟ୍‌, ଏକ ସ୍ୱୟଂଚାଳିତ ସ୍ପ୍ରିଂଗ ମାଟ୍ରେସ୍‌ ଉତ୍ପାଦନ କାରଖାନା ଓ ଏକ ସ୍ୱୟଂଚାଳିକ ଭର୍ଟିକାଲ୍‌ ଫୋମିଂ କାରଖାନା ରହିବ। ଏହି ନୂଆ କାରଖାନା ପୂର୍ବ ଓ ତ୍ତତର ପୂର୍ବ ଭାରତର ବର୍ଦ୍ଧିତ ଚାହିଦାକୁ ପୂରଣ କରିବ। କର୍ଲନ୍‌ ଏହି ଅଞ୍ଚଳରେର ନିଜର ଖୁଚୁରା ଉପସ୍ଥିତିକୁ ମଧ୍ୟ ବଢ଼ାଇବାକୁ ଯୋଜନା ରଖିଛି। ବର୍ତ୍ତମାନ ଏହା ୧୫୭ ଆଉଟ୍‌ଲେଟ୍‌ରେ ସୀମିତ ଥିବା ବେଳେ ୨୦୧୯ ମାର୍ଚ ସୁଦ୍ଧା ତାହା ୩୦୦ରେ ପହଞ୍ଚିବ ବୋଲି କଂପାନିର ସିଏମ୍‌ଡି ସୁଧାକର ପାଇ କହିଛନ୍ତି।

ସମ୍ବନ୍ଧିତ ଖବର