ଓଡ଼ିଶାରେ ନିବେଶ ପାଇଁ ଇଟାଲି କଂପାନିଙ୍କୁ ଆମନ୍ତ୍ରଣ

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ପାଇଁ ପୁଞ୍ଜିନିବେଶ କରିବାକୁ ବ୍ୟାପକ ସୁଯୋଗ ଅଛି। ଇଟାଲିର କମ୍ପାନିଗୁଡ଼ିକ ଓଡ଼ିଶାରେ ପୁଞ୍ଜିନିବେଶ କଲେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। କେବଳ ଇଟାଲି କମ୍ପାନିଙ୍କ ପାଇଁ ବି ରାଜ୍ୟ ସରକାର ସ୍ୱତନ୍ତ୍ର ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା କରିବାକୁ ପ୍ରସ୍ତୁତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହିଭଳି ପ୍ରସ୍ତାବ ଇଟାଲିର କନସୁଲ୍‌ ଜେନେରାଲ ଡାମିଆନୋ ଫ୍ରୋଙ୍କୋଭିଙ୍କୁ ଦେଇଛନ୍ତି।ଇଟାଲିର କନସୁଲ ଜେନେରାଲ ଓଡ଼ିଶା ଗସ୍ତରେ ଆସିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ସଚିବାଳୟରେ ଭେଟିଛନ୍ତି। ଏଥିରେ ଉଭୟଙ୍କ ମଧ୍ୟରେ ଶିଳ୍ପ ଓ ବ୍ୟବସାୟିକ ସହଯୋଗ ଉପରେ ଆଲୋଚନା ହୋଇଥିଲା। ଇଟାଲିର ପୁଞ୍ଜିପତିମାନେ ଓଡ଼ିଶାରେ ବୟନ ଶିଳ୍ପ, ଅଟୋ ଇଣ୍ଡଷ୍ଟ୍ରି ଓ ରସାୟନ କ୍ଷେତ୍ରରେ ଶିଳ୍ପ ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

ସମ୍ବନ୍ଧିତ ଖବର