ତୈଳ, ଗ୍ୟାସ୍ କ୍ଷେତ୍ରରେ ନିବେଶ କରିବ ସାଉଦି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଅଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି, ଭାରତରେ ତୈଳ ଏବଂ ଗ୍ୟାସ କ୍ଷେତ୍ରର ଡାଉନଷ୍ଟ୍ରିମ୍ ପ୍ରକଳ୍ପରେ ସାଉଦି ଆରବ ନିବେଶ କରିବ। ରିୟାଦଠାରେ ଅନୁଷ୍ଠିତ ନିବେଶକ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ମୋଦୀ କହିଛନ୍ତି, କ୍ରେତା ବିକ୍ରେତା ସମ୍ପର୍କରୁ ଦୁଇ ଦେଶ ଊର୍ଦ୍ଧ୍ବକୁ ଯାଇ ଗୁରୁତ୍ବପୂର୍ଣ୍ଣ ସହଯୋଗିତା ସ୍ଥାପନ କରିପାରିଛନ୍ତି। ସାଉଦି ଆରାମକୋ ସହିତ ସଂଯୁକ୍ତ ଆରବ ଏମିରେଟ୍ସର ସରକାରୀ ତେଲ କମ୍ପାନି ଆଡନକ ମିଶି ଭାରତରେ ଏକ ସରକାରୀ ତେଲ କମ୍ପାନିର ବିଶୋଧନାଗାରର ୫୦ ପ୍ରତିଶତ ଅଂଶଧନ କିଣିବାକୁ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି। ସେହିପରି, ରିୟାଦ୍ଧ ଠାରେ ଆୟୋଜିତ ଏକ କ‌ାର୍ଯ୍ୟକ୍ରମ‌େର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ଭବିଷ୍ୟତର ଆର୍ଥିକ ସମୃଦ୍ଧି ପାଇଁ ୫ଟି ବିଷୟ ଉପରେ ଗୁରୁତ୍ବାରୋପ କରିଛନ୍ତି। ସେଗୁଡ଼ିକ ହେଲା ପ୍ରଯୁକ୍ତିର ପ୍ରଭାବ, ଭିତ୍ତିଭୂମି, ମାନବ ସମ୍ବଳ, ପରିବେଶର ଯତ୍ନ ଏବଂ ବ୍ୟବସାୟ ଅନୁକୂଳ ଶାସନ ବ୍ୟବସ୍ଥା।

ସମ୍ବନ୍ଧିତ ଖବର