ନିବେଶକ ହରାଇଲେ ୨.୨୨ ଲକ୍ଷ କୋଟି

ମୁମ୍ବାଇ: ରିଜର୍ଭ ବ୍ୟାଙ୍କର ସୁଧ ହ୍ରାସ ନିବେଶକଙ୍କୁ ଖୁସି କରିପାରିନାହିଁ। ସେମାନେ ଏବେବି ଦେଶର ଅଭିବୃଦ୍ଧିକୁ ନେଇ ଚିନ୍ତିତ ଅଛନ୍ତି। ସେଥିପାଇଁ ବିପୁଳ ପରିମାଣର ସେୟାର ବିକ୍ରି କରିଦେବାରୁ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ଆଜି ୫୫୪ ପଏଣ୍ଟ୍‌ ହ୍ରାସ ପାଇ ୩୯,୫୨୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏଥିସହିତ ସେନ୍‌ସେକ୍ସ ୪୦ ହଜାର ପଏଣ୍ଟ୍‌ ତଳକୁ ଖସିଆସିଛି। ସେନ୍‌ସେକ୍ସରେ ହୋଇଥିବା ବଡ଼ ଧରଣ ହ୍ରାସ ଯୋଗୁ ନିବେଶକମାନେ ୨ ଲକ୍ଷ ୨୨ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି। ଚଳିତ ବର୍ଷ କୌଣସି ଗୋଟିଏ ଦିନରେ ସେନ୍‌ସେକ୍ସରେ ଏଭଳି ବଡ଼ ଧରଣର ହ୍ରାସ ହୋଇନଥିଲା।

ସମ୍ବନ୍ଧିତ ଖବର