ନିବେଶକ ହରାଇଲେ ଲକ୍ଷେ ୫୭ ହଜାର କୋଟି

ମୁମ୍ବାଇ: ବମ୍ବେ ଷ୍ଟକ ବଜାରରେ ନିବେଶକମାନେ ଆଜି ବିପୁଳ ପରିମାଣର ସେୟାର ବିକ୍ରି କରିଦେଇଛନ୍ତି। ଫଳରେ ସେନ୍‌ସେକ୍‌ସ ୪୧୦ ପଏଣ୍ଟ ହ୍ରାସ ପାଇ ୩୨,୫୯୬ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନେ ଆଜି ୧ ଲକ୍ଷ ୫୭ ହଜାର କୋଟି ଟଙ୍କା ହରାଇଛନ୍ତି। ଆମେରିକା ଓ ଚୀନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ଲଢ଼େଇ ସମଗ୍ର ବିଶ୍ୱର ଷ୍ଟକ ବଜାର କାରବାରକୁ ପ୍ରଭାବିତ କରିଛି। ସମଗ୍ର ବିଶ୍ୱରେ ଏଭଳି ପରିସ୍ଥିତି ଲାଗି ରହିଥିଲା। ଏହାର ପ୍ରଭାବ ଭାରତୀୟ ଷ୍ଟକ ବଜାର ଉପରେ ପଡ଼ିବା ପରେ ନିବେଶକମାନେ ନିଜ ପାଖରେ ଥିବା ସେୟାରଗୁଡ଼ିକୁ ବିକ୍ରି କରିବା ଆରମ୍ଭ କରିଦେଇଥିଲେ। ତୈଳ ମୂଲ୍ୟରେ ଦେଖାଦେଇଥିବା ବୃଦ୍ଧି ମଧ୍ୟ ସେନ୍‌ସେକ୍‌ସ ହ୍ରାସର ଅନ୍ୟତମ କାରଣ ଥିଲା।

ସମ୍ବନ୍ଧିତ ଖବର