ମୁମ୍ବାଇ: ଆଜି ଥିଲା ଷ୍ଟକ ବଜାର ପାଇଁ ୨୦୧୭ର ଶେଷ କାର୍ଯ୍ୟ ଦିବସ। ଆଜି ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ୨୦୮ ପଏଣ୍ଟ ବୃଦ୍ଧି ହାସଲ କରିଛି। ଏଥି ସହିତ ଚଳିତ ବର୍ଷର ଯାତ୍ରାକୁ ସେନ୍ସେକ୍ସ ଏହାର ନୂତନ ଶୀର୍ଷ ସ୍ତର ୩୪,୦୫୬ ପଏଣ୍ଟରେ ଶେଷ କରିଛି। ୨୦୧୭ରେ ସେନ୍ସେକ୍ସରେ ମୋଟ ୭୪୩୦ ପଏଣ୍ଟର ବୃଦ୍ଧି ହୋଇଛି। ଏହି ସମୟରେ ଷ୍ଟକ ବଜାରର ନିବେଶକମାନଙ୍କ ସମ୍ପତ୍ତି ପରିମାଣ ୪୫ ଲକ୍ଷ ୫୦ ହଜାର କୋଟି ଟଙ୍କା ବଢ଼ିଛି। ବମ୍ବେ ଷ୍ଟକ ବଜାରରେ ପଞ୍ଜୀକୃତ ଥିବା ସମସ୍ତ ସଂସ୍ଥାର ମୋଟ ବଜାର ମୂଲ୍ୟ ୧୫୧ ଲକ୍ଷ ୭୪ ହଜାର ୮୬୭ କୋଟି ଟଙ୍କା (୨.୩ ଟ୍ରିଲିଅନ୍ ଡଲାର)ରେ ପହଞ୍ଚିଛି। ୨୦୧୫ ତୁଳନାରେ ଏହି ମୂଲ୍ୟ ୪୫ ଲକ୍ଷ ୫୦ ହଜାର ୮୬୭ କୋଟି ଟଙ୍କା ଅଧିକ। ବିଏନ୍ପି ପରିବାସ୍ ଏମ୍ଏଫ୍ର ବରିଷ୍ଠ ଫଣ୍ଡ୍ ମ୍ୟାନେଜର କେ ଲକ୍ଷ୍ମଣନ କହିଛନ୍ତି ଯେ ୨୦୧୭ ଷ୍ଟକ ବଜାର ପାଇଁ ବହୁତ ଭଲ ବର୍ଷ ଥିଲା। ବିଶେଷ କରି ବର୍ଷର ଶେଷ ଦିନରେ ନିବେଶକମାନେ ମନଖୋଲି କାରବାର କରିଥିଲେ। ସେନ୍ସେକ୍ସ ବୃଦ୍ଧି ସହ ଏହାର ଯାତ୍ରା ଆରମ୍ଭ କରିଥିଲା। କାରବାର ସମୟରେ ଏକ ନୂତନ ଶିଖରରେ ପହଞ୍ଚିବା ପରେ ବର୍ଷକୁ ନୂଆ ଐତିହାସିକ ଉଚ୍ଚ ସ୍ତରରେ ବନ୍ଦ କରିଛି। ଏଞ୍ଜେଲ ବ୍ରୋକିଙ୍ଗର ମୁଖ୍ୟ ଆନାଲିଷ୍ଟ୍ ସୁମିତ ଚଭନ ମଧ୍ୟ ୨୦୧୭କୁ ଭାରତୀୟ ଷ୍ଟକ ବଜାର ପାଇଁ ଭଲ ବର୍ଷ ଥିଲା ବୋଲି କହିଛନ୍ତି।
ଚଳିତ ବର୍ଷ ମୋଟ ୩୬ଟି କଂପାନି ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଜାରି କରିଥିଲେ। ଅଧିକାଂଶ କଂପାନିର ଆଇପିଓ ସଫଳ ହୋଇଥିଲା। ବର୍ଷ ଶେଷରେ ୫ ଲକ୍ଷ ୮୩ ହଜାର କୋଟି ଟଙ୍କାର ବଜାର ପୁଞ୍ଜି ସହିତ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଶୀର୍ଷ ସ୍ଥାନରେ ରହିଛି। ଦ୍ୱିତୀୟରେ ଟିସିଏସ୍ (୫ ଲକ୍ଷ ୧୬ ହଜାର କୋଟି), ତୃତୀୟରେ ଏଚ୍ଡିଏଫ୍ସି ( ୪ ଲକ୍ଷ ୮୫ ହଜାର କୋଟି), ଚତୁର୍ଥରେ ଆଇଟିସି ୩ ଲକ୍ଷ ୨୦ ହଜାର କୋଟି) ଓ ହିନ୍ଦୁସ୍ତାନ ୟୁନିଲିଭର୍ (୨ ଲକ୍ଷ ୯୬ ହଜାର) ପଞ୍ଚମ ସ୍ଥାନରେ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/rupee4-kjZH-621x414@LiveMint.jpg)