ଏଲ୍‌ଆଇସି ସେୟାର କିଣିବାକୁ ନିବେଶକ ଉତ୍ସାହୀ: ଜାନୁଆରିରେ ଖୋଲିଲା ୪୦ ଲକ୍ଷ ଡିମାଟ୍ ଆକାଉଣ୍ଟ

ମୁମ୍ବାଇ: ଆଗାମୀ ଦିନରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଆଇପିଓ ଆସିବ। ଉକ୍ତ ଆଇପିଓ ଜରିଆରେ କମ୍ପାନିର ସେୟାର କିଣିବା ପାଇଁ ନିବେଶକମାନେ ମାତ୍ରାଧିକ ଉତ୍ସାହ ଦେଖାଇଛନ୍ତି। ପୂର୍ବ ପ୍ରସ୍ତୁତି ସ୍ବରୂପ ଜାନୁଆରିରେ ପାଖାପାଖି ୪୦ ଲକ୍ଷ ଡିମାଟ୍ ଆକାଉଣ୍ଟ ନିବେଶକମାନେ ଖୋଲିଛନ୍ତି। ଫେବ୍ରୁଆରିରେ ମଧ୍ୟ ଅଧିକ ଡିମାଟ ଆକାଉଣ୍ଟ୍ ଖୋଲିବା ଆଶା ରହିଛି। ଉଭୟ ଡିଜିଟାଲ ଓ ପାରମ୍ପରିକ ବ୍ରୋକରମାନେ ଏହି ଡିମାଟ ଆକାଉଣ୍ଟ୍ ଖୋଲିବା ଲାଗି ସକ୍ରିୟ ହୋଇପଡ଼ିଛନ୍ତି। ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ସେମାନେ ଉପହାର ଏବଂ ଦେଉଛନ୍ତି। ଜଣେ ବ୍ରୋକରଙ୍କ କହିବାନୁଯାୟୀ, ଆାମେ ଏଲଆଇସିର ୧ ହଜାର କାର୍ଯ୍ୟାଳୟରେ ଫିଜିକାଲ କାଉଣ୍ଟର୍ସ ଆରମ୍ଭ କରିଦେଇଛୁ। ଏଥିସହିତ ଆମେ ସ୍ପେସାଲ ସ୍କିମ୍ ମଧ୍ୟ ଦେଉଛୁ।

ବ୍ରୋକରଙ୍କ କହିବାନୁଯାୟୀ, ‌ଡିମାଟ୍ ଆକାଉଣ୍ଟ ଖୋଲିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରଥମ ଥର ପାଇଁ ପୁଞ୍ଜିବଜାର ନିବେଶକ ରହିଛନ୍ତି। ଏନଏସଡିଏଲ୍ ଏବଂ ସିଡିଏସଏଲର ତାହା ସୂଚନା ଅନୁଯାୟୀ, ୩୧ ଜାନୁଆରି ସୁଦ୍ଧା ମୋଟ ଡିମାଟ ଆକାଉଣ୍ଟ ସଂଖ୍ୟା ୮.୪ କୋଟିରେ ପହଞ୍ଚିଛି। ଗତ ଡିସେମ୍ବରରେ ଏହି ସଂଖ୍ୟା ୮ କୋଟି ରହିଥିଲା। ଗତ ଡିସେମ୍ବରରେ ଏଲଆଇସି ବିଜ୍ଞାପନ ମାଧ୍ୟମରେ ସୂଚନା ଦେଇଥିଲା ଯେ ଏହାର ଆଇପିଓରେ ନିବେଶ କରିବାକୁ ଆଗ୍ରହୀ ବ୍ୟକ୍ତିମାନେ ଡିମାଟ୍ ଆକାଉଣ୍ଟ ଖୋଲିବା ସହିତ ନିଜ ନିଜର ପ୍ୟାନ ଓ ଆଧାରକାର୍ଡକୁ ପଲିସି ସହିତ ଅପଡେଟ୍ କରାଇ ନିଅନ୍ତୁ।

ସମ୍ବନ୍ଧିତ ଖବର