ନିବେଶକଙ୍କ ସଂପତ୍ତି ୫.୮ ଲକ୍ଷ କୋଟି ବଢ଼ିଲା

ମୁମ୍ବାଇ: କ୍ରମାଗତ ଭାବେ ଦ୍ବିତୀୟ ଦିନ ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ଉତ୍ସାହ ଦେଖାଦେଇଛି। ଫଳରେ ମଙ୍ଗଳବାର ସେ‌ନସେକ୍ସ ୯୩୪ ପଏଣ୍ଟ ବୃଦ୍ଧି ଘଟି ୫୨୫୩୨ ପଏଣ୍ଟ ଏବଂ ନିଫ୍‌ଟି ୨୮୮ ପଏଣ୍ଟ ବୃଦ୍ଧି ଘଟି ୧୫୬୩୫ ପଏଣ୍ଟରେ ବନ୍ଦ ହୋଇଛି। ଏଥିଯୋଗୁ ବ‌ମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାରପୁଞ୍ଜି ୫.୮ ଲକ୍ଷ କୋଟି ଟଙ୍କା ବୃଦତ୍ଧି ଘଟି ୨୪୦.୬୬ ଲକ୍ଷ କୋଟିରେ ପହଞ୍ଚିଛି। ଫଳରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ମାଧ୍ୟମରେ ବିଭିନ୍ନ କମ୍ପାନି‌ର ସେୟାରେ ନିବେଶ କରିଥିବା ନିବେଶକଙ୍କ ସଂପତ୍ତି ୫.୮ ଲକ୍ଷ କୋଟି ଟଙ୍କା ବଢ଼ିଛି।

ସମ୍ବନ୍ଧିତ ଖବର