ସୁନା ଉପରେ ନିବେଶକଙ୍କ ଭରସା ଅଧିକ, ସୁନା ଇଟିଏଫ୍‌ରେ ନିବେଶ ୪ ଗୁଣ ବୃଦ୍ଧି

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ନିବେଶକମା‌ନେ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି। ବିଶେଷକରି ଏହି ସମୟରେ ଇକ୍ବିଟି ବଜାରରେ ନିବେଶରେ ଅଧିକ ଅନିଶ୍ଚିତତା ରହିଥାଏ। ତେଣୁ ନିବେଶକମାନେ ଏଭଳି ସମୟରେ ସୁନାକୁ ନିବେଶର ଏକ ବଳିଷ୍ଠ ମାଧ୍ୟମ ଭାବେ ବିବେଚନା କରିଥାନ୍ତି। ତାହାର ପ୍ରମାଣ ମଧ୍ୟ ଚଳିତବର୍ଷ ନିବେଶକମାନେ ଗୋଲ୍‌ଡ ଇଟିଏଫ୍‌ରେ କରିଥିବା ନିବେଶରୁ ମିଳିଛି।

୨୦୨୦-୨୧ ଆର୍ଥିକ ବର୍ଷରେ ନିବେଶକମାନେ ‌ଗୋଲ୍‌ଡ ଇଟିଏଫ୍‌ ବା ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡରେ ୬୯୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ଏହା ପ୍ରାୟ ୪ ଗୁଣା ଅଧିକ। କେବଳ ସେତିକି ନୁହେଁ, କ୍ରମାଗତଭାବେ ଦ୍ବିତୀୟ ବର୍ଷ ପାଇଁ ସୁନା ଇଟିଏଫ୍‌ରେ ନିବେଶ ରାଶି ବଢ଼ିଛି ବୋଲି ଭାରତୀୟ ମ୍ୟୁଚୁଆଲ୍‌ ଫଣ୍ଡ ସଂଘ (ଏଏମ୍‌ଏଫ୍‌ଆଇ) ତଥ୍ୟରୁ ଜଣାଯାଇଛି। ୨୦୧୩-୧୪ ଆର୍ଥିକ ବର୍ଷରୁ ୨୦୧୮-୧୯ ଆର୍ଥିକ ବ‌ର୍ଷ ପର୍ଯ୍ୟନ୍ତ ସୁନା ଇଟିଏଫରୁ ନିବେଶକମାନେ ମୁହଁ ଫେରାଉଥିଲେ ବୋଲି ଜଣାଯାଇଛି।

ତେବେ ୨୦୨୦-୨୧ ଆର୍ଥିକ ବର୍ଷରେ ନିବେଶକମାନେ ସୁନା ସଂହ ସଂଯୋଜିତ ୧୪ଟି ଇଟିଏଫ୍‌ରେ ନିବେଶକମାନେ ୬୯୧୯ କୋଟି ଟଙ୍କା ନିବେଶ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରୋ ଉକ୍ତ ଇଟିଏଫ୍‌ରେ ନିବେଶକମାନେ ୧୬୧୪ କୋଟି ଟଙ୍କା ନିବେଶ କରିଥିଲେ। ୨୦୧୨-୧୩ ଆର୍ଥିକ ବର୍ଷରେ ଏହି କ୍ଷେତ୍ରକୁ ୧୪୧୪ କୋଟି ଟଙ୍କାର ନିବେଶ ଆସିଥିବାବେଳେ ୨୦୧୩-୧୪ରେ ୨୨୯୩ କୋଟି ଟଙ୍କା, ୨୦୧୪-୧୫ରେ ୧୪୭୫ କୋଟି ଟଙ୍କା, ୨୦୧୫-୧୬ରେ ୯୦୩ କୋଟି ଟଙ୍କା, ୨୦୧୬-୧୭ରେ ୭୭୫ କୋଟି ଟଙ୍କା, ୨୦୧୭-୧୮ରେ ୮୩୫ କୋଟି ଟଙ୍କା ଏବଂ ୨୦୧୮-୧୯ରେ ନିଟ୍‌ ୪୧୨ କୋଟି ଟଙ୍କା ନିବେଶକମାନେ ଉଠାଇ ନେଇଥିବା ଏଏମଏଫଆଇ ତଥ୍ୟରୁ ଜଣାଯାଇଛି। ବଜାରରେ ସ୍ଥିରତା ରହିବା କାରଣରୁ ଉପରୋକ୍ତ ବର୍ଷ ଗୁଡ଼ିକରେ ନିବେଶକମାନେ ସୁନା ଇଟିଏଫ୍‌ ତୁଳନାରେ ଇକ୍ବିଟିରେ ଅଧିକ ନିବେଶ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର