ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରଠାରୁ ଷ୍ଟକ୍ ବଜାର ଅସ୍ଥିର ହୋଇପଡ଼ିଛି। ଶୁଳ୍କର ସମ୍ଭାବ୍ୟ ପ୍ରଭାବକୁ ନେଇ ଭୟଭୀତ ଥିବା ନିବେଶକମାନେ ସେୟାର ବିକ୍ରି କରିବାରୁ ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ଲଗାତାର ଭାବେ ତଳକୁ ଖସୁଛି। ଏହାର ପ୍ରଭାବରେ ଗତ ଦୁଇ ଦିନରେ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।
ଗୁରୁବାର ସେନ୍ସେକ୍ସ ୭୦୫.୯୭ ପଏଣ୍ଟ ହ୍ରାସ ପାଇ ୮୦,୦୮୦ ପଏଣ୍ଟରେ ବନ୍ଦ ହୋଇଛି। ଦୁଇ ଦିନରେ ସେନ୍ସେକ୍ସ ୧୫୫୫ ପଏଣ୍ଟ ହରାଇଛି। ଫଳରେ ଷ୍ଟକ୍ ବଜାରରେ ତାଲକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ୍ ବଜାର ପୁଞ୍ଜି ପରିମାଣ ୯,୬୯,୭୪୦ କୋଟି ଟଙ୍କା ହ୍ରାସ ପାଇ ୪,୪୫,୧୭,୨୨୨ କୋଟି ଟଙ୍କାକୁ ଖସିଆସିଛି। ଆଜି ନିଫ୍ଟି ୨୧୧ ପଏଣ୍ଟ ହ୍ରାସ ପାଇ ୨୪,୫୦୦ ପଏଣ୍ଟରେ ବନ୍ଦ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/05/Wplf6TTYWpAET0jOSDo7.jpg)