ମୁମ୍ବାଇ: ନିବେଶକଙ୍କ ପାଇଁ ଭାରତୀୟ ଷ୍ଟକ୍‌ ବଜାର ଗତ କିଛିଦିନ ହେଲା ଭଲ ନାହିଁ। ଉଭୟ ସେନ୍‌ସେକ୍ସ ଓ ନିଫ୍‌ଟି ତଳକୁ ଖସିବା କାରଣରୁ ଗତ ୪ଟି କାରବାର ଦିବସରେ ନିବେଶକମାନେ ପ୍ରାୟ ୯ ଲକ୍ଷ କୋଟି ଟଙ୍କା ହରାଇଲେଣି। ୪ ଦିନ ପୂର୍ବରୁ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାରପୁଞ୍ଜି ୪୦୨.୨ ଲକ୍ଷ କୋଟି ଟଙ୍କା ଥିବାବେଳେ ଆଜି ଏହା ୩୯୩.୩ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଗୁରୁବାର ସେ‌ନସେକ୍ସ ୪୫୫ ପଏଣ୍ଟ ହ୍ରାସ ପାଇ ୭୨,୪୮୮.୯୯ ପଏଣ୍ଟରେ ଏବଂ ନିଫ୍‌ଟି ୧୫୨ ପଏଣ୍ଟ ହ୍ରାସ ପାଇ ୨୧,୯୯୫.୮୫ ପଏଣ୍ଟରେ ବନ୍ଦ ହୋଇଛି। ମୁଖ୍ୟତଃ ମଧ୍ୟପ୍ରା‌ଚ୍ୟରେ ଉତ୍ତେଜନା କାରଣରୁ ଭାରତୀୟ ଷ୍ଟକ୍‌ ବଜାର ତଳକୁ ଖସୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।