ଚଳିତ ସପ୍ତାହରେ ନିବେଶକ ହରାଇଲେ ୧୨ ଲକ୍ଷ କୋଟି

ମୁମ୍ବାଇ : ଚଳିତ ସପ୍ତାହରେ ପୁଞ୍ଜି ବଜାର‌ ନିବେଶକମାନେ ବଡ଼ ଧରଣର କ୍ଷତି ସହିଛନ୍ତି। ପାଖାପାଖି ୧୧ ଲକ୍ଷ ୮୦ ହଜାର କୋଟି ସେମାନଙ୍କର ଧୋଇଯାଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାରପୁଞ୍ଜି ଗତ ୨୯ ତାରିଖରେ ୨୬୬.୯୭ ଲକ୍ଷ କୋଟି ଟଙ୍କା ଥିଲା। ଶୁକ୍ରବାର ଏହା ୨୫୫.୧୭ ଲକ୍ଷ କୋଟିକୁ ଖସିଆସିଛି। ସେନସେକ୍ସ ଏହି ସମୟ ମଧ୍ୟରେ ୨୨୨୫.୨୯ ପଏଣ୍ଟ ହ୍ରାସ ଘଟି ୫୪୮୩୫ ପଏଣ୍ଟ ଥିବାବେଳେ ନିଫ୍‌ଟି ୬୯୧ ପଏଣ୍ଟ ହ୍ରାସ ପାଇ ୧୬୪୧୧ ପଏଣ୍ଟ ରହିଛି। ଶୁକ୍ରବାର ସେ‌ନସେକ୍ସ ୮୬୭ ପଏଣ୍ଟ ତଳକୁ ଖସିଛି। ଏବେ ଏଲଆଇସି ସେୟାର ପାଇଁ ନିବେଶକମାନେ ସେୟାର କିଣୁଛନ୍ତି। ଏଭଳି ସମୟରେ ପୁଞ୍ଜିବଜାର ନିମ୍ନମୁଖୀ ହେବା ଚିନ୍ତା ବଢ଼ାଇଛି।

ସମ୍ବନ୍ଧିତ ଖବର