୪ ଦିନରେ ନିବେଶକ ହରାଇଲେ ସାଢ଼େ ୫ ଲକ୍ଷ କୋଟି

ନୂଆଦିଲ୍ଲୀ: ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସରେ କିଛି ଦିନ ଧରି ହେଉଥିବା ହ୍ରାସ ନିବେଶକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଚାରିଟି କାରବାର ଦିନରେ ନିବେଶକମାନେ ୫.୫୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ଦେଶରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ହେଉଥିବାରୁ ନିବେଶକମାନଙ୍କ ମନୋବଳ ଦୁର୍ବଳ ରହିଛି। ଆଜି ନିବେଶକମାନେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଓ ବ୍ୟାଙ୍କଗୁଡ଼ିକର ସେୟାର ବିକ୍ରି କରିବାକୁ ସେନ୍‌ସେକ୍ସ ୫୬୨ ପଏଣ୍ଟ୍‌ ହ୍ରାସ ପାଇ ୪୯,୮୦୧ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଗତ ଚାରି ଦିନରେ ସେନ୍‌ସେକ୍ସ ୧୪୭୮ ପଏଣ୍ଟ୍‌ ହ୍ରାସ ପାଇଛି। ସେନ୍‌ସେକ୍ସରେ ହେଉଥିବା ହ୍ରାସ ସମ୍ପର୍କରେ ରେଲିଗେୟାର ବ୍ରୋକିଂ ଲିମିଟେଡ୍‌ର ଭିପି ଅଜିତ ମିଶ୍ର କହିଛନ୍ତି ଯେ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବର ଓ ଆମେରିକାର ଫେଡେରାଲ୍‌ ରିଜର୍ଭର ପରବର୍ତୀ ବୈଠକରେ କ’ଣ ନିଷ୍ପତ୍ତି ନିଆଯିବ, ଏହି ଦୁଇ କାରଣ ଯୋଗୁଁ ନିବେଶକମାନଙ୍କ ମନୋବଳ ଦୁର୍ବଳ ରହିଛି। ଆଜି ଓଏନ୍‌ଜିସି, ଏନ୍‌ଟିପିସି, ସନ୍ ଫାର୍ମା, ଏସ୍‌ବିଆଇ, ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ବଜାଜ ଅଟୋର ସେୟାର ମୂଲ୍ୟ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର