ମୁମ୍ବାଇ: ବିଶ୍ବର କେତେକ ନିର୍ଦିଷ୍ଟ ଦେଶର ସେୟାର ବଜାରରେ କାରବାର ମାନ୍ଦା ରହିଥିବା ଖବର ମିଳିବା ପରେ ଭାରତୀୟ ଷ୍ଟକ ବଜାର ମଧ୍ୟ ତଳକୁ ଖସିବ ବୋଲି ନିବେଶକମାନେ ଭାବିନେଇଥିଲେ। ସେମାନେ କିଣିଥିବା ସେୟାର ଦାମ୍ ଆଗକୁ ଖସିବ ବୋଲି ଆଶଙ୍କା କରି ଆଜି ଅନେକ ନିବେଶକ ଲାଭ ପାଇବା ଆଶାରେ ବିପୁଳ ପରିମାଣର ସେୟାର ବିକିଛନ୍ତି। ସେଥିପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ର ସେନ୍ସେକ୍ସ ୫୮୦ ପଏଣ୍ଟ୍ ହ୍ରାସ ପାଇ ୪୩,୫୯୯ ପଏଣ୍ଟ୍ରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ୧୮୦ ପଏଣ୍ଟ୍ ହ୍ରାସ ପାଇ ୧୨,୭୫୮ ପଏଣ୍ଟ୍ରେ ବନ୍ଦ ହୋଇଛି। ଆର୍ଥିକ ସଂସ୍ଥାଗୁଡ଼ିକର ସେୟାରକୁ ନିବେଶକମାନେ ଅଧିକ ବିକ୍ରି କରିଛନ୍ତି। ଗତ ଦୁଇ ଦିନ ଧରି ଆମେରିକାର ଷ୍ଟକ ବଜାରରେ ମାନ୍ଦା କାରବାର ହେଉଛି। ଏସିଆର ପ୍ରମୁଖ ସେୟାର ବଜାରଗୁଡ଼ିକରେ କାରବାର ମଧ୍ୟ ଏତେଟା ଭଲ ରହିନାହିଁ। ସେଥିପାଇଁ ଭାରତରେ ନିବେଶକମାନେ ଆଜି ସେୟାର ବିକିଥିବା ଅନୁମାନ କରାଯାଉଛି।
ଲାଭ ଆଶାରେ ନିବେଶକ ବିକିଲେ ସେୟାର, ସେନ୍ସେକ୍ସରେ ୫୮୦ ପଏଣ୍ଟ୍ ହ୍ରାସ
/sambad/media/post_attachments/wp-content/uploads/2020/03/Sensex_nifty_BSE_NSE_traders_NSE-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)