ସୀତାରମଣଙ୍କ ପୂଜା ଭେଟି : ଗୋଟିଏ ଦିନରେ ନିବେଶକଙ୍କ ସଂପତ୍ତି ୭ ଲକ୍ଷ କୋଟି ବଢିଲା

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା କର୍ପୋରେଟ ଟାକ୍ସକୁ ୨୨ ପ୍ରତିଶତକୁ ହ୍ରାସ କରାଯିବା ଓ ନୂଆ ମାନୁଫାକଚରିଂ କମ୍ପାନିମାନଙ୍କ ପାଇଁ ଟିକସ ହାର ୧୫ ପ୍ରତିଶତ କରାଯିବା ନିଷ୍ପତ୍ତି ଭାରତୀୟ ଶିଳ୍ପଜଗତ ପାଇଁ ସରକାରଙ୍କ ଦୀପାବଳି ଉପହାର ବୋଲି କୁହାଯାଉଛି । ଏହାକୁ ମଧ୍ୟ ମାନ୍ଦାବସ୍ଥା ଉପରେ ସର୍ଜିକାଲ ଷ୍ଟ୍ରାଇକ ବୋଲି କୁହାଯାଉଛି ।

ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ସେନସେକ୍ସ ଆଜି ୧୯୨୧ ପଏଣ୍ଟ ବୃଦ୍ଧି ପାଇ ୩୮.୦୧୪ ପଏଣ୍ଟରେ ବନ୍ଦ ହୋଇଛି ଓ ନିଫଟୀ ୫୬୯ ପଏଣ୍ଟ ବୃଦ୍ଧି ସହ ୧୧,୨୭୪ ପଏଣ୍ଟରେ ବନ୍ଦ ହୋଇଛି । ଗତ ୧୦ ବର୍ଷ ମଧ୍ୟରେ ଷ୍ଟକବଜାରର ଏହା ହେଉଛି ସବୁଠାରୁ ଭଲ ଦିନିକିଆ ପ୍ରଦର୍ଶନ ବୋଲି କୁହାଯାଉଛି । ଷ୍ଟକ ବଜାରରେ ଏହି ଉତ୍ସାହ ଫଳରେ ଆଜି ବିଏସଇ ନିବେଶକମାନଙ୍କ ସଂପତ୍ତି ପ୍ରାୟ ୬ ଲକ୍ଷ ୮୨ ହଜାର କୋଟି ବୃଦ୍ଧି ପାଇଛି । ଅର୍ଥାତ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିମାନଙ୍କ ବଜାର ପୁଞ୍ଜି ୧୩୮.୫୪ ଲକ୍ଷ କୋଟିରୁ ବୃଦ୍ଧି ପାଇ ୧୪୫.୩୬ ଲକ୍ଷ କୋଟିରେ ପହଞ୍ଚିଛି । ଅର୍ଥାତ ଗୋଟିଏ ଦିନରେ ଏହା ପ୍ରାୟ ୬ ଲକ୍ଷ ୮୨ ହଜାର କୋଟି ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର