ଆଇଏଏ ପରିଚାଳନା କମିଟି ସଦସ୍ୟତା ପାଇଁ ମୋନିକା ନୈୟାର ପଟ୍ଟନାୟକଙ୍କୁ ଆମନ୍ତ୍ରଣ

ଭୁବନେଶ୍ବର: ଅନ୍ତର୍ଜାତୀୟ ବିଜ୍ଞାପନ ସଂଘ (ଇଣ୍ଟରନ୍ୟାସନାସନାଲ ଆଡଭର୍ଟାଇଜିଂ ଆସୋସିଏସନ ବା ଆଇଏଏ) ଭାରତ ଚାପ୍ଟର ପରିଚାଳନା କମିଟି ସଦସ୍ୟ ହେବା ପାଇଁ ସମ୍ବାଦ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରାଯାଇଛି। ୨୦୨୨-୨୩ ପାଇଁ ଉକ୍ତ ସଂଘର ଭାରତ ଚାପ୍ଟର ସଭାପତି ଭାବେ ଏବିପି ନେଟୱର୍କର ସିଇଓ ଅବିନାଶ ପାଣ୍ଡେ ନିର୍ବାଚିତ ହୋଇଛନ୍ତି। ଶ୍ରୀମତୀ ପଟ୍ଟନାୟକଙ୍କୁ ଆଇଏଏ ଭାରତ ଚାପ୍ଟର ପରିଚାଳନା କମିଟିରେ ସଦସ୍ୟଭାବେ ୨୦୨୨-୨୩ ବର୍ଷ ପାଇଁ ଯୋଗଦେବାକୁ ସଭାପତି ଶ୍ରୀ ପାଣ୍ଡେ ଅନୁରୋଧ କରିଛନ୍ତି। ଶ୍ରୀମତୀ ପଟ୍ଟନାୟକଙ୍କ ଭଳି ଗଣମାଧ୍ୟମ କ୍ଷେତ୍ରର ଜଣେ ଅଭିଜ୍ଞ ବ୍ୟକ୍ତି ଯୋଗଦେଲେ ଆଇଏଏ ଆଗକୁ ବଢ଼ିବ। ତେଣୁ ଏହାର ସଦସ୍ୟତା ଗ୍ରହଣ ପାଇଁ ସମ୍ମତି ପ୍ରଦାନ କରିବାକୁ ଶ୍ରୀ ପାଣ୍ଡେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ଆଇଏଏ ହେଉଛି ଅନ୍ତର୍ଜାତୀୟସ୍ତରର ବିଜ୍ଞାପନ ସଂଘ ଯେଉଁଥିରେ ବିଜ୍ଞାପନ ଏଜେନ୍ସିଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମର ବ୍ୟକ୍ତି ସଦସ୍ୟ ରହିଛନ୍ତି। ଆଇଏଏରେ କର୍ପୋରେଟ୍ ମେମ୍ବର୍ସ, ଅର୍ଗାନାଇଜେସନାଲ ମେମ୍ବର୍ସ, ଶିକ୍ଷାନୁଷ୍ଠାନ ସମେତ ୭୬ଟି ଦେଶର ଯୁବ ପ୍ରଫେସନାଲ ଏବଂ ବ୍ୟକ୍ତିମାନଙ୍କୁ ନେଇ ଗଠିତ ୫୬ଟି ଚାପ୍ଟର ସଦସ୍ୟ ଅଛନ୍ତି। ୭୬ଟି ଦେଶ ମଧ୍ୟରେ ୧୦ଟି ବିକଶିତ ଦେଶ ରହିଛନ୍ତି। ଏହା ଏକ ୮୦ ବର୍ଷର ପୁରାତନ ସଂଘ ଓ ଏହାର ମୁଖ୍ୟ କାର୍ଯ୍ୟାଳୟ ନ୍ୟୁୟର୍କଠାରେ ଅବସ୍ଥିତ। ଆଇଏଏ ଭାରତ ଚାପ୍ଟରକୁ ଅନ୍ତର୍ଜାତୀୟସ୍ତରରେ ଏକ ସକ୍ରିୟ ଚାପ୍ଟର ଭାବେ ସ୍ବୀକୃତି ଦିଆଯାଇଥାଏ। ଉକ୍ତ ସଂସ୍ଥା ପକ୍ଷରୁ ଅନେକ ସମ୍ମାନଜନକ ପୁରସ୍କାର ଦିଆଯାଇଥାଏ।

ସମ୍ବନ୍ଧିତ ଖବର