ଆଇଓବିର ଏମ୍‌ଡିଙ୍କ ଓଜିବି ମୁଖ୍ୟାଳୟ ପରିଦର୍ଶନ

ଭୁବନେଶ୍ୱର: ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ (ଆଇଓବି)ର ଏମ୍‌ଡି ତଥା ସିଇଓ ଆର୍‌. ସୁବ୍ରମଣ୍ୟ କୁମାର ତାଙ୍କର ଓଡିଶା ଗସ୍ତ କାଳରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଅବସରରେ ମୁଖ୍ୟ କାର୍ଯ୍ୟାଳୟରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବ୍ୟାଙ୍କର ଅଧ୍ୟକ୍ଷ ବୃନ୍ଦାବନ ନାୟକ ତାଙ୍କ ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ଭାବରେ ଆଇଓବିର ମହାପ୍ରବନ୍ଧକ ପି.କେ.ମହାନ୍ତି, ବ୍ୟାଙ୍କର ଭୁବନେଶ୍ୱରର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଆର୍‌. ଶଙ୍କରରାଓ, ବ୍ରହ୍ମପୁର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ନିରଞ୍ଜନ ପଣ୍ଡା, ଓଡିଶା ଗ୍ରାମ୍ୟ ବ୍ୟାଙ୍କର ପଦାଧିକାରୀଗଣ ଓ କର୍ମଚାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର