ଅପହଞ୍ଚ ଅଞ୍ଚଳରେ ପ୍ରାକୃତିକ ଗ୍ୟାସ ଯୋଗାଣ ନେଇ ଇଣ୍ଡିଆନ ଅଏଲ୍‌-ଏକ୍ସନ ମୋବିଲ୍‌ ବୁଝାମଣା

ଭୁବନେଶ୍ବର : ଇଣ୍ଡିଆନ ଅଏଲ ଓ ଆମେରିକୀୟ କଂପାନି ଏକ୍ସନ ମୋବିଲ ମଧ୍ୟରେ ବୁଝାମଣା ହୋଇଛି। ଭାରତର ଅପହଞ୍ଚ ଅଞ୍ଚଳରେ ପ୍ରାକୃତିକ ଗ୍ୟାସ ଯୋଗାଣ କ୍ଷେତ୍ରରେ ଏହି ବୁଝାମଣା ବିଶେଷ ସହାୟକ ହେବ ବୋଲି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଦେଶର ଅପହଞ୍ଚ ଅଞ୍ଚଳରେ ଏକ୍ସନ ମୋବିଲ୍ ରେଳ, ରାସ୍ତା ଏବଂ ଜଳ ପଥରେ ପ୍ରାକୃତିକ ଗ୍ୟାସ ପହଞ୍ଚାଇବ। ସୁରକ୍ଷିତ, ଭରସାଯୋଗ୍ୟ ଓ କମ୍ ଖର୍ଚ୍ଚରେ ଏହି କାର୍ଯ୍ୟ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର