ଆଜି ପୁଣି କମିଛି ପେଟ୍ରୋଲ, ଡିଜେଲ ଦର, କେତେ ଜାଣନ୍ତୁ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ହ୍ରାସ ଫଳରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଚାଲିଛି । ଗତ ମେ ୩୦ ରୁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଚାଲିଛି । ତେବେ ମଝିରେ କିଛି ଦିନ ବିରାମ ଦେବା ପରେ ଗତ ୪-୫ ଦିନ ଧରି ତେଲ ଦର କମିବାରେ ଲାଗିଛି । ଇଣ୍ଡିଆନ ଅଏଲ ପକ୍ଷରୁ ଆଜି ପେଟ୍ରୋଲ ଦର ୧୪ରୁ ୧୮ ପଇସା ଓ ଡିଜେଲ ଦର ୧୦ ରୁ ୧୪ ପଇସା ପର୍ଯ୍ୟନ୍ତ ହ୍ରାସ କରାଯାଇଛି । ଏହି ହ୍ରାସ ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୭୫.୫୫ ପଇସା, ମୁମ୍ବାଇରେ (୧୮ ପଇସା ହ୍ରାସ) ୮୩.୧୨ ପଇସାକୁ ହ୍ରାସ ପାଇଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୪.୩୮ଟଙ୍କାକୁ ହ୍ରାସ ପାଇଛି ।
ସେହିପରି ଦିଲ୍ଲୀରେ ଆଜି ଡିଜେଲ ଦର ୬୭.୩୮ ଟଙ୍କା, ମୁମ୍ବାଇରେ ୭୧.୫୨ ଟଙ୍କା ଓ ଭୁବନେଶ୍ୱରରେ ୭୨.୨୨ ଟଙ୍କାକୁ ହ୍ରାସ ପାଇଛି ।
ଗତ ପ୍ରାୟ ମାସେ ହେବ ବିଶ୍ୱ ବଜାରରେ ତେଲ ଦର କମିବାରେ ଲାଗିଛି । ଓପେକ ଦେଶମାନଙ୍କ ଦ୍ୱାରା ଅତିରିକ୍ତ ଦୈନିକ ୧୦ ଲକ୍ଷ ବ୍ୟାରେଲ ବ୍ୟାରେଲ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିବାରୁ ଆଗାମୀ ଦିନରେ ଅଶୋଧିତ ତେଲ ଦର ଆହୁରି କମିବା ଆଶା କରାଯାଉଛି । ଏବେ ବ୍ରେଣ୍ଟ କ୍ରୁଡ ଅଏଲର ମୂଲ୍ୟ ୭୪.୭୮ ଡଲାର ଓ ଇଣ୍ଡିଆନ ବାସ୍କେଟ କ୍ରୁଡ ଅଏଲ ମୂଲ୍ୟ ୭୨.୧୮ ଡଲାରରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର