ଭୁବନେଶ୍ବର: ଭାରତୀୟ ତୈଳ ନିଗମ (ଆଇଓସିଏଲ) ୨୦୨୪ ମସିହା ସୁଦ୍ଧା ନିଟ୍ ଜିରୋ ଇମିସନ ବା ଶୂନ୍ୟ ନିର୍ଗମନ କମ୍ପାନି ପାଇଁ ଲକ୍ଷ୍ୟ ରଖିଛି। ଏଥିପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି। ଏ ବାବଦରେ ଇଣ୍ଡିଆନ ଅଏଲ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟାୟକ୍ରମେ ନିବେଶ କରିବ ବୋଲି କମ୍ପାନିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Advertisment

ଭୁବନେଶ୍ବରଠାରେ ଶୁକ୍ରବାରଓଡ଼ିଶାରେ କମ୍ପାନି ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧାଠାରେ ଏକ ଏଲପିଜି ବଟଲିଂ ପ୍ଲାଣ୍ଟ, ପାରାଦୀପରେ ଏଲପିଜି ଆମଦାନି ଟର୍ମିନାଲ, ପାରାଦୀପ ହାଇଦ୍ରାବାଦ ପାଇପଲାଇନ, ପାରାଦୀପ ହଳଦିଆ ପାଇପଲାଇନ, ପାରାଦୀପ ବିଶୋଧାନରେ ମନୋ ଏଥନିଲ ଗ୍ଲାଇକୋଲ ପ୍ରକଳ୍ପ ବାବଦରେ ୯୯୨୬ କୋଟି ଟଙ୍କା ନିବେଶ କରିଛି। ଏହି ନିବେଶ କାର୍ଯ୍ୟ ଆସନ୍ତା ଦୁଇ ତିନି ମାସ ମଧ୍ୟରେ ଶେଷ ହେବ। ଏଥିସହିତ ୧୩୮୦୬ କୋଟି ଟଙ୍କାରେ ଚାଲିଥିବା ପିଏକ୍ସ-ପିଟିଏ ପ୍ରକଳ୍ପ ଆସନ୍ତା ଆର୍ଥିକ ବର୍ଷ ଶେଷ ସୁଦ୍ଧା ଶେଷ ହେବ ବୋଲି ଆଇଓସିଏଲର ସିଜିଏମ ତଥା ଓଡ଼ିଶା ମୁଖ୍ୟ ନିରଜ ଏମ୍‌ ନିଞ୍ଜେ ସୂଚନା ଦେଇଛନ୍ତି। ଶୁକ୍ରବାର ଏଠାରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ଯୋଜନା ସହିତ ଗ୍ରିନ ମିସନ ସଂପର୍କରେ ସେ ସୂଚନା ଦେଇଥିଲେ। ଆଇଓସିଏଲ ଏକ ତୈଳ କମ୍ପାନିରୁ ଶକ୍ତି କମ୍ପାନିରେ ରୂପାନ୍ତରିତ ହେଉଛି।

ରାଜ୍ୟରେ କମ୍ପାନିର ଏବେ ୧୫୨ଟି ସ୍ଥାନରେ ବିଦ୍ୟୁତଚାଳିତ ଯାନ ଚାର୍ଜିଂ ଷ୍ଟେସନ ରହିଛି। ଆସନ୍ତା ଆର୍ଥିକ ବର୍ଷରେ ଆଉ ୧୦୦ଟି ସ୍ଥାନରେ ଏହି ବ୍ୟବସ୍ଥା କରାଯିବ। ସେହିଭଳି ଓଡ଼ିଶାରେ ଏବେ କମ୍ପାନିର ୧୯ଟି ସିଏନଜି ଷ୍ଟେସନ ଥିବାବେଳେ ଆସନ୍ତା ଆର୍ଥିକବର୍ଷରେ ଆଉ ୮ଟି ସିଏନଜି ଷ୍ଟେସନ ସ୍ଥାପନ ହେବ। କମ୍ପାନି ବର୍ତ୍ତମାନ ଏହାର ଇନ୍ଧନରେ ୧୧.୮ ପ୍ରତିଶତ ଇଥାନଲ ମିଶ୍ରଣ କରୁଥିବାବେଳେ ୨୦୨୫ ମସିହା ସୁଦ୍ଧା ଏହାକୁ ୨୦ ପ୍ରତିଶତରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। ଏଥିସହିତ କମ୍ପାନି ଇଭି ବ୍ୟାଟେରି ପାଇଁ ଲିଥିୟମ ଆୟନ ପରିବର୍ତ୍ତେ ଆଲୁମିନିୟମ ଏୟାର ପ୍ରଯୁକ୍ତିର ବିକାଶ ଉପରେ କାର୍ଯ୍ୟ କରୁଛି। କମ୍ପାନି ଏଥିପାଇଁ ଇସ୍ରାଏଲୀ କମ୍ପାନି ଫିନର୍ଜି ସହିତ ସହଯୋଗୀତା ସ୍ଥାପନ କରିଛି। କମ୍ପାନି ମଥୁରା ଏବଂ ପାନିପଥ ବିଶୋଧନାଗାରେ ଗ୍ରିନ ହାଇଡ୍ରୋଜେନ ଉତ୍ପାଦନ ପାଇଁ ପଦକ୍ଷେପ ଗ୍ରହଣ କରିଛି ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କମ୍ପାନିର ସିଜିଏମ(ଏଚଆର) ଦେବୀ ପ୍ରସାଦ ଶତପଥୀ, ଜିଏମ୍‌(ସିସି, ପ୍ଲାନିଂ ଆଣ୍ଡ କୋର୍ଡିନେସନ) ସୁସ୍ମିତା ତ୍ରିପାଠୀ, ଜିଏମ(ସିସି) ଇଆରଓ କ୍ରିଷ୍ଣେନ୍ଦୁ ଚୌଧୁରୀ, ଜିଏମ(ଏଲପିଜି) ନବ କୁମାର କୋନାର ପ୍ରମୁଖ ଉପସ୍ଥିତ ଥିଲେ।