ନୂଆଦିଲ୍ଲୀ : ଆଇଟି କ୍ଷେତ୍ରର କମ୍ପାନି କୋଫୋର୍ଜ (ପୂର୍ବର ନିଟ୍ ଟେକନଲୋଜିସ) ଉଲ୍ଲେଖନୀୟ ରାଜସ୍ୱ ହାସଲ କରିବା ପରେ ନିଜ କର୍ମଚାରୀଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛି । କଂପାନି ୧ ବିଲିୟନ ଡଲାର ରାଜସ୍ୱ ଲକ୍ଷ୍ୟ ହାସଲ କରିଛି। ଏହି ସଫଳତା ଖୁସିରେ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଘୋଷଣା ମଧ୍ୟ କରାଯାଇଛି । ଆଇଟି ସଲ୍ୟୁସନ୍ କମ୍ପାନୀ ଏହାର ସମସ୍ତ କର୍ମଚାରୀଙ୍କୁ ଆପଲ୍ ଆଇପ୍ୟାଡ୍ ବଣ୍ଟନ କରିବାକୁ ଘୋଷଣା କରିଛି। କମ୍ପାନୀ ଏକ ବିବୃତିରେ କହିଛି ଯେ ସମସ୍ତ କର୍ମଚାରୀଙ୍କୁ ଆପଲ ଆଇପ୍ୟାଡ୍ ଉପହାର ଦିଆଯିବ ଏବଂ ୧ ବିଲିୟନ ଡଲାରରୁ ଅଧିକ ରାଜସ୍ୱ ହାସଲ କରିବାର ଉତ୍ସବ ପାଳନ କରିବ ।
କୋଫୋର୍ଜରେ ୨୧,୦ରୁ ଅଧିକ ଲୋକ କାମ କରୁଛନ୍ତି। କମ୍ପାନୀର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, କମ୍ପାନୀ ଏହାର ସମସ୍ତ କର୍ମଚାରୀଙ୍କୁ ଆଇପ୍ୟାଡ୍ ଉପହାର ଦେବା ପାଇଁ ୮୦.୩୦ କୋଟି ଟଙ୍କା ଖର୍ଚ୍ଚ କରିବ ।
୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସର ଫଳାଫଳ ଗତ ଗୁରୁବାର ଦିନ ଘୋଷଣା କରିଥିଲା କୋଫୋର୍ଜ । ୨୦୨୨-୨୩ର ଚତୁର୍ଥ ତ୍ରୟମାସର ନିଟ୍ ଲାଭ ୨୩୨.୭ କୋଟି ଟଙ୍କା ରହିଛି, ଯାହା ବାର୍ଷିକ ତୁଳନାରେ ୧୨.୧ ପ୍ରତିଶତ ବୃଦ୍ଧି ପାଇଛି। ଏହା ସହିତ ୨୦୨୩ ଆର୍ଥିକ ବର୍ଷରେ ପ୍ରଥମ ଥର ପାଇଁ କମ୍ପାନୀର ରାଜସ୍ୱ ୧ ବିଲିୟନ ଡଲାର ଅତିକ୍ରମ କରିଛି ।