ସେସ୍‌ର ୫୦ ଭାଗ ରାଜ୍ୟକୁ ଦିଅ: ଆଇପିଏଫ୍‌ପିର ଦାବି

ଭୁବନେଶ୍ବର: କେନ୍ଦ୍ର ସରକାର ସେସ୍‌, ସରଚାର୍ଜ ଓ ଅଣ ଟିକସ ରାଜସ୍ବ ଆକାରରେ ବିପୁଳ ପରିମାଣର ରାଜସ୍ବ ଆଦାୟ କରୁଛନ୍ତି। ଏହି ଅର୍ଥ ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଉ ନଥିବାରୁ ରାଜ୍ୟର ରାଜସ୍ବ ଭାଗ କମି କମି ଯାଉଛି। ଯଦିଓ ଏହି ଧାରାରେ କିଛିଟା ପରିବର୍ତ୍ତନ ଆସିଛି ତଥାପି ପୂର୍ବରୁ ମିଳୁଥିବା ରାଜସ୍ବ ସ୍ତର ସହ ଏହା ପହଞ୍ଚି ପାରିନାହିଁ। ପଞ୍ଚଦଶ ଅର୍ଥ ଆୟୋଗର ଏହି ଗସ୍ତ ପରିପ୍ରେକ୍ଷୀରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଫାଇନାନ୍ସ ଆଣ୍ଡ ପଲିସି (ଆଇପିଏଫ୍‌ପି) ପକ୍ଷରୁ ଏକ ଦାବିପତ୍ର ସାର୍ବଜନୀନ କରାଯାଇଛି। ଏହି ଦାବିପତ୍ରରେ କେନ୍ଦ୍ର ସରକାର ଆଦାୟ କରୁଥିବା ସମସ୍ତ ସେସ୍‌ର ୫୦ ଭାଗ ଅର୍ଥ ରାଜ୍ୟଗୁଡ଼ିକୁ ଦେବା ଲାଗି ଉଲ୍ଲେଖ କରାଯାଇଛି। ଏ ସମ୍ପର୍କରେ ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଛନ୍ତି, ଆୟ ସଂଗ୍ରହ ବ୍ୟବସ୍ଥାରେ ଭାରତର ସମ୍ବିଧାନ କେନ୍ଦ୍ରକୁ ଅଧିକ କ୍ଷମତା ଦେଇଛି। ଦେଶରେ ଜିଏସ୍‌ଟି ଲାଗୁ ହେବା ପରେ ଏହି କ୍ଷମତା ଅଧିକ ବୃଦ୍ଧି ପାଇଛି। ଫଳରେ ପାଣ୍ଠି ପାଇଁ ରାଜ୍ୟ ଗୁଡ଼ିକୁ କେନ୍ଦ୍ର ଉପରେ ଅଧିକ ନିର୍ଭରଶୀଳ ହେବାକୁ ପଡ଼ିଛି। ସମ୍ବିଧାନ ସଂଶୋଧନ କରାଯାଇ କେନ୍ଦ୍ର ଆଦାୟ କରୁଥିବା ସମସ୍ତ ସେସ୍ ଓ ସରଚାର୍ଜ ଏବଂ ଅଣ ଟିକସ ଆୟ ବଣ୍ଟନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର