ଭାରତରେ ଲଞ୍ଚ୍‌ ହେଲା ‘ଆଇଫୋନ୍‌ ୧୪’, ‘ଆଇଫୋନ୍‌ ୧୪ ପ୍ଲସ୍’ ଏବଂ ‘ପ୍ରୋ ମଡେଲ୍‌’; ସର୍ବନିମ୍ନ ମୂଲ୍ୟ ୭୯,୯୦୦ ଟଙ୍କା

ନୂଆଦିଲ୍ଲୀ: ଭାରତରେ ‘ଆପ୍ଲ୍‌’ ନୂଆ ଜେନେରେସନ୍‌ର ‘ଆଇଫୋନ୍‌ ୧୪’ ଏବଂ ’୧୪ ପ୍ରୋ ମଡେଲ୍‌’ ସବୁ ଲଞ୍ଚ୍‌ କରିଛି। ଗତବର୍ଷ ପରି ସାମାନ୍ୟ ପରିବର୍ତ୍ତନ କରି କମ୍ପାନି ୪ଟି ମଡେଲ୍‌ର ‘ଆଇଫୋନ୍‌’ ଉଦ୍‌ଘାଟନ କରିଛି।

‘ମିନି ଭର୍ସନ୍‌’ ପରିବର୍ତ୍ତେ ରେଗୁଲାର୍‌ ମଡେଲ୍‌ର ହ୍ୟାଣ୍ଡ୍‌ସେଟ୍‌ ଏବେ ଦୁଇ ପ୍ରକାରରରେ ଉପଲବ୍ଧ ହେଉଛି। ତାହା ହେଲା ‘ଆଇଫୋନ୍‌ ୧୪’ ଏବଂ ‘ଆଇଫୋନ୍‌ ୧୪ ପ୍ଲସ୍’। ‘ପ୍ରୋ ସିରିଜ୍‌’ରେ ରହିଛି ‘ଆଇଫୋନ୍‌ ୧୪ ପ୍ରୋ’ ଏବଂ ‘ଆଇଫୋନ୍‌ ୧୪ ପ୍ରୋ ମ୍ୟାକ୍ସ୍‌’।

ଆଶାନୁରୂପେ, ‘ଆପ୍ଲ୍‌’ କମ୍ପାନି ‘ଆଇଫୋନ୍‌ ୧୪ ପ୍ରୋ’ଗୁଡ଼ିକରେ ସର୍ବୋତ୍ତମ ବୈଶିଷ୍ଟ୍ୟ ରଖିଥିବା ବ‌େଳେ ସାଧାରଣ ମଡେଲ୍‌ଗୁଡ଼ିକୁ ‘ଆଇଫୋନ୍‌ ୧୩’ ସିରିଜ୍‌ ଆଧାରରେ ସାମାନ୍ୟ ପରିବର୍ତ୍ତନ କରିଛି। ସେହି କାରଣରୁ ‘ଆଇଫୋନ୍‌ ୧୪’ ସିରିଜ୍‌ ମୂଲ୍ୟ ‘ଆଇଫୋନ୍‌ ୧୩ ସିରିଜ୍‌’ର ମୂଲ୍ୟ ସହ ସମାନ ରହିଛି। କିନ୍ତୁ, ‘ପ୍ରୋ ଭେରିଏଣ୍ଟ୍‌’ ମଡେଲ୍‌ଗୁଡ଼ିକର ଦର ଅଧିକ ରହିଛି।

Image Courtesy of The Financial Express

ଭାରତରେ ‘ଆଇଫୋନ୍‌ ୧୪’, ‘ଆଇଫୋନ୍‌ ୧୪ ପ୍ଲସ୍’ ‘ଆଇଫୋନ୍‌ ୧୪ ପ୍ରୋ’ ଏବଂ ‘ଆଇଫୋନ୍‌ ୧୪ ପ୍ରୋ ମ୍ୟାକ୍ସ’ ମୂଲ୍ୟ:

‘ଆଇଫୋନ୍‌ ୧୪’: ଟ. ୭୯,୯୦୦/- (୧୨୮ଜିବି), ଟ.୮୯,୯୦୦/- (୨୫୬ଜିବି) ଟ. ୧,୦୯,୯୦୦/- (୫୧୨ଜିବି)

‘ଆଇଫୋନ୍‌ ୧୪ ପ୍ଲସ୍‌’: ଟ. ୮୯,୯୦୦/- (୧୨୮ଜିବି), ଟ.୯୯,୯୦୦/- (୨୫୬ଜିବି) ଟ. ୧,୧୯,୯୦/- (୫୧୨ଜିବି)

‘ଆଇଫୋନ୍‌ ୧୪ ପ୍ରୋ’: ଟ. ୧,୨୯,୯୦୦/- (୧୨୮ଜିବି), ଟ.୧,୨୯,୯୦୦/- (୨୫୬ଜିବି) ଟ. ୧,୫୯,୯୯୦/- (୫୧୨ଜିବି), ଟ. ୧,୭୯,୯୦୦/- (୧ଟିବି)

‘ଆଇଫୋନ୍‌ ୧୪ ପ୍ରୋ ମ୍ୟାକ୍ସ୍‌’: ଟ. ୧,୩୯,୯୦୦/- (୧୨୮ଜିବି), ଟ.୧,୪୯,୯୦୦/- (୨୫୬ଜିବି) ଟ. ୧,୬୯,୯୯୦/- (୫୧୨ଜିବି), ଟ. ୧,୮୯,୯୦୦/- (୧ଟିବି)

ସମ୍ବନ୍ଧିତ ଖବର