ଏଭଳି ଭାବରେ ୪୦ ହଜାରରୁ କମ ମୂଲ୍ୟରେ ପାଇପାରିବେ ଆଇଫୋନ-୧୪

ନୂଆଦିଲ୍ଲୀ: ଆପଣ ଆଇଫୋନ କିଣିବାକୁ ଯୋଜନା କରୁଛନ୍ତି କି? ତେବେ ଆଇଫୋନର ମୂଲ୍ୟ ଶୁଣି ଟିକେ ପଛଘୁଞ୍ଚା ଦେଉଛନ୍ତି କି? ଯଦି ହଁ, ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ବାଟ କହିବୁ ଯାହାଦ୍ୱାରା ଆପଣ ଆଇଫୋନ ଅଧା ମୂଲ୍ୟରେ ପାଇପାରିବେ | ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଆଇଫୋନ୍ ୧୪କୁ ୪୦୦୦୦ରୁ କମ୍ ମୂଲ୍ୟରେ କିଣାଯାଇପାରିବ | ବାସ୍ତବରେ, ଆଇଫୋନ୍ ୧୪ର ୧୨୮ ଜିବି ଭାରିଆଣ୍ଟ ଫ୍ଲିପକାର୍ଟରେ ୧୧ ପ୍ରତିଶତ ରିହାତି ପରେ ୭୦୯୯୯ ଟଙ୍କାରେ ମିଳୁଛି |

ଏହି ଫୋନର ବଜାର ମୂଲ୍ୟ କିନ୍ତୁ ୭୯୯୦୦ ଟଙ୍କା | ଫ୍ଲିପକାର୍ଟରେ ଏହି ଆଇଫୋନ ୮୯୦୧ ଟଙ୍କା ରିହାତିରେ ଥିବାବେଳେ କିଛି ବ୍ୟାଙ୍କର ଡେବିଟ ଓ କ୍ରେଡିଟ କାର୍ଡ ଦ୍ୱାରା ପେମେଣ୍ଟ କଲେ ୪ ହଜାର ଟଙ୍କାର ରିହାତି ମିଳିପାରିବ | କେବଳ ଏତିକି ନୁହେଁ, ଏକ୍ସଚେଂଜ ଅଫରରେ ଆଇଫୋନ୍ ୧୪ର ୧୨୮ ଜିବି ଭାରିଆଣ୍ଟରେ ୩୦୦୦୦ ଟଙ୍କା ରିହାତି ଦିଆଯାଉଛି | ଆଉ ଯଦି କୌଣସି ଗ୍ରାହକ ଏକ୍ସଚେଞ୍ଜ ଅଫର ସହିତ ବ୍ୟାଙ୍କ କାର୍ଡ ଦ୍ୱାରା ପେମେଣ୍ଟ କରନ୍ତି ତେବେ ଆଇଫୋନ୍ ୧୪କୁ ମାତ୍ର ୩୬୯୯୯ ଟଙ୍କାରେ ପାଇପାରିବେ | ଆଇଫୋନ୍ ୧୪ରେ ୬.୧ ଇଞ୍ଚର ସୁପର ରେଟିନା ଏକ୍ସଡିଆର ଓଲେଡ଼ ଡିସପ୍ଲେ ରହିଛି | ଏଥିରେ ଆଇଓଏସ ୧୬ ଭର୍ସନ ପ୍ରୋସେସର୍ ଭାବରେ ଦିଆଯାଇଛି |

ସମ୍ବନ୍ଧିତ ଖବର