ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍‌ରେ ମୌଳିକ ସୀମା ଶୁଳ୍କ ହାର ହ୍ରାସ କରିବା ପରେ ଆଇଫୋନ୍‌ ନିର୍ମାତା ଆପଲ୍‌ ଏହାର ବିଭିନ୍ନ ମଡେଲ୍‌ ଫୋନ୍‌ ଦାମ୍‌ ହ୍ରାସ ଘୋଷଣା କରିଛି। କମ୍ପାନି ଆଇଫୋନ୍‌ ଦାମ୍‌ରେ ୩ରୁ ୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘୋଷଣା କରି ଗ୍ରାହକଙ୍କୁ ଶୁଳ୍କ ହ୍ରାସର ଲାଭ ପ୍ରଦାନ କରିଛି। ଆଇଫୋନ ପ୍ରୋ ଏବଂ ପ୍ରୋ ମାକ୍ସ ମଡେଲ ମୂଲ୍ୟ ୫୧୦୦ ଟଙ୍କାରୁ ୬୦୦୦ ଟଙ୍କା ପର୍ଯ୍ୟନ୍ତ କମିଛି। ଭାରତରେ ନିର୍ମାଣ ହେଉଥିବା ଆଇଫୋନ ୧୩, ୧୪ ଏବଂ ୧୫ ଦାମ୍‌ ୩ ଶହ ଟଙ୍କା କମିଛି। ଆଇଫୋନ୍‌ ଏସଇ ମୂଲ୍ୟ ୨୩୦୦ ଟଙ୍କା କମିଛି। ଉଲ୍ଲେଖଯୋଗ୍ୟ, ମୋବାଇଲ ଫୋନ ଉପରେ ମୌଳିକ ସୀମା ଶୁଳ୍କକୁ ସରକାର ୨୦ ପ୍ରତିଶତରୁ ୧୫ ପ୍ରତିଶତକୁ କମାଇଛନ୍ତି।