ଭୁବନେଶ୍ବର: ଏବେ ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଜରିଆରେ ଷ୍ଟକ ବଜାରରୁ ପାଣ୍ଠି ହାସଲ କରିବାର ଏକ ଧାରା ଜାରି ରହିଛି। ପେଟିଏମ୍, ଜୋମାଟୋ, ନାଏକା ଭଳି ୭୫ଟି ସଂସ୍ଥା ଆଇପିଓ ଜାରି କରିଛନ୍ତି। ଏହି ଧାରାରେ ଆଇଟି କଂପାନି ତତ୍ତ୍ବ ଟେକ୍ନୋଲୋଜିସ୍ ନିଜକୁ ସାମିଲ କରିବାକୁ ଯୋଜନା ରଖିଛି। ଆଗାମୀ ଦିନରେ କଂପାନି ନିଜର ଆଇପିଓ ଆଣିବ ବୋଲି ଏହାର ଏମ୍ଡି ଏ କେ ମହାନ୍ତି କହିଛନ୍ତି। କଂପାନି ଏହାର ଡିଜିଟାଲ୍ ସେବା ରପ୍ତାନି ବଢ଼ାଇବା ଉପରେ ମଧ୍ୟ ଧ୍ୟାନ ଦେବ। ବିଶେଷ କରି ଆମେରିକା, ୟୁରୋପୀୟ ରାଷ୍ଟ୍ର, ମଧ୍ୟ ପ୍ରାଚ୍ୟ, ଆଫ୍ରିକା ଓ ଅଷ୍ଟ୍ରେଲିଆ ବଜାରକୁ ଏହା ନିଜର ରପ୍ତାନି ବଢ଼ାଇବା ଉପରେ କାର୍ଯ୍ୟ କରିବ। ଏଥି ସହିତ ଶ୍ରମ ଶକ୍ତି ସଂଖ୍ୟାକୁ ମଧ୍ୟ ୫୦୦୦ ପର୍ଯ୍ୟନ୍ତ ବଢ଼ାଇବାକୁ ଏହା ଲକ୍ଷ୍ୟ ରଖିଛି। କଂପାନିର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ସୂଚନା ଦିଆଯାଇଛି। ତତ୍ତ୍ବ ଟେକ୍ନୋଲୋଜିସ୍ ଅଗାମୀ ଦିନରେ ଦେଶବିଦେଶରେ କେପିଓ ସଂସ୍ଥା ଅଧିଗ୍ରହଣ କରିବାକୁ ମଧ୍ୟ ଚାହୁଛି। ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ କଂପାନିର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସିଇଓ ଟି ଏନ୍ ସେନାପତି, ନିର୍ଦେଶକ ଡି ସାହୁ ଓ ଏସ୍ ନାୟକ ଅଂଶଗ୍ରହଣ କରିଥିଲେ।
ଆଇପିଓ ଆଣିବ ତତ୍ତ୍ବ ଟେକ୍ନୋଲୋଜିସ୍
/sambad/media/post_attachments/wp-content/uploads/2022/02/ipo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)