ଆପଲ ଆଇପଡର ମୃତ୍ୟୁ ! ଉତ୍ପାଦନ ବନ୍ଦ କରିବାକୁ କମ୍ପାନିର ଘୋଷଣା

ଭୁବନେଶ୍ବର : ବଜାରକୁ ଆସିବାର ପ୍ରାୟ ୨୦ ବର୍ଷ ପରେ ବନ୍ଦ ହୋଇଛି ଆପଲ ଆଇ-ପଡ୍ । ପୋର୍ଟେବଲ ମ୍ୟୁଜିକ କ୍ଷେତ୍ରରେ ସମଗ୍ର ବିଶ୍ବରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଥିବା ଆଇପଡର ଚାହିଦା ଗତ କିଛି ବର୍ଷ ହେଲା ହ୍ରାସ ପାଇବାକୁ ଲାଗିଥିଲା । ସ୍ମାର୍ଟଫୋନ ଆସିବା ପରେ ଓ ଅନଲାଇନ ମ୍ୟୁଜିକ ଷ୍ଟ୍ରିମିଂ ଆରମ୍ଭ ହେବା ପରେ ଆଇପଡର ଚାହିଦା କମିବା ଆରମ୍ଭ ହୋଇଥିଲା । ତେବେ ଆପଲ କମ୍ପାନିର ସଫଳତା ପଛରେ ଏହି ଛୋଟ ଡିଜିଟାଲ ମ୍ୟୁଜିକ ପ୍ଲେୟରର ଉଲ୍ଲେଖନୀୟ ଅବଦାନ ଥିଲା ।

ଆପଲ ପକ୍ଷରୁ ପ୍ରକାଶିତ ଏକ ବ୍ଲଗରେ କୁହାଯାଇଛି ଯେ ବର୍ତ୍ତମାନ ବଜାରରେ ଉପଲବ୍ଧ ଥିବା ଆଇପଡ ଟଚ୍ କେବଳ ଷ୍ଟକ ଥିବା ପର୍ଯ୍ୟନ୍ତ ମିଳିବ । ଷ୍ଟକ ଶେଷ ହେବା ପରେ ନୂଆ ଷ୍ଟକ କମ୍ପାନି ପକ୍ଷରୁ ଛଡ଼ାଯିବ ନାହିଁ ।

ଆପଲ ପକ୍ଷରୁ ପ୍ରଥମେ ୨୦୦୧ ରେ ଆଇପଡ୍ କ୍ଲାସିକ ବଜାରକୁ ଛଡ଼ାଯାଇଥିଲା । ପ୍ରଥମ ଆଇପଡରେ ୧୦୦୦ଟି ମ୍ୟୁଜିକ ଫାଇଲ ରହିପାରୁଥିଲା ଓ ବ୍ୟାଟେରି ଲାଇଫ ୧୦ ଘଣ୍ଟା ଥିଲା । ଏହି ୨୦ ବର୍ଷ ମଧ୍ୟରେ ଆଇପଡ୍ କ୍ଲାସିକ ସେକେଣ୍ଡ ଜେନେରେସନ, ଥାର୍ଡ ଜେନେରେସନ, ଆଇପଡ ମିନି, ଆଇପଡ ସଫଲ, ଆଇପଡ ନାନୋ, ଆଇପଡ ସଫଲ୍ ସେକେଣ୍ଡଜେନ, ଆଇପଡ ଟଚ । ବର୍ତ୍ତମାନ ବଜାରରେ ଆଇପଡ ଟଚ ଉପଲବ୍ଧ ଅଛି । ଆପଲ ପକ୍ଷରୁ ୨୦୦୭ରେ ନିଜର ଲୋକପ୍ରିୟ ପ୍ରଡକ୍ଟ ଆଇଫୋନ ବଜାରକୁ ଛଡ଼ାଯାଇଥିଲା । ଆଇଫୋନ ଯୋଗୁଁ ଆଇପଡର ଚାହିଦା କମିଥିବା କୁହାଯାଉଛି ।

 

 

ସମ୍ବନ୍ଧିତ ଖବର