ଲଣ୍ଡନ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ମୂଲ୍ୟ ଖୁବ୍ଶୀଘ୍ର ୧୦୦ ଡଲାର ଛୁଇଁବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେଲ ଯୋଗାଣରେ ପହଞ୍ଚାଇଥିବା ବାଧା ଯୋଗୁଁ ଏଭଳି ହେବ ବୋଲି ଇରାନ୍ ସତର୍କ କରାଇ ଦେଇଛି। ତେଲ ଦର ନିମ୍ନମୁଖୀ କରିବାରେ ସାଉଦି ଆରବ ଏବଂ ରୁଷିଆର ପ୍ରମୁଖ ଭୂମିକା ରହିବ ବୋଲି ଟ୍ରମ୍ପ ଯେଉଁ ଆଶା ରଖିଛନ୍ତି ତାହା ବିଫଳ ହେବ ବୋଲି ଇରାନ୍ର ଓପେକ୍ ଗଭର୍ଣ୍ଣର କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ତେଲ ଦର ଉଚ୍ଚ ସ୍ତରରେ ରହୁଥିବାରୁ ଟ୍ରମ୍ପ ବୁଧବାର ଓପେକ୍ ଉପରେ ଦୋଷ ଲଦିଥିଲେ। ବଡ଼ ଶତ୍ରୁ ଇରାନ୍ଠାରୁ ଓ୍ଵାସିଂଟନ୍ର ସୁରକ୍ଷା ଜାରି ରହିବା ଅବ୍ୟାହତ ଚାହାନ୍ତି ତାହେଲେ ତେଲ ଉତ୍ପାଦନ ବଢ଼ାଇବା ଉଚିତ ବୋଲି ସାଉଦି ଆରବ ଭଳି ଓପେକ୍ର ସଦସ୍ୟ ଦେଶକୁ କହିଥିଲେ। ଇରାନ୍ର ଓପେକ୍ ଗଭର୍ଣ୍ଣର ହୁସେନ୍ କାଜେମପୋର ଆର୍ଡେବିଲି କହିଛନ୍ତି, ଟ୍ରମ୍ପଙ୍କ ଯୋଗୁଁ ବିଶ୍ୱରେ ତେଲ ଗ୍ରାହକଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ୁଛି। ଏପରିକି ତେଲ ଦର ୧୦୦ ଡଲାର ଟପିବା ଆଗକୁ ବାକି ଅଛି ବୋଲି ମଧ୍ୟ ସେ କହିଛନ୍ତି। ଏତଦ୍ବ୍ୟତୀତ ସେ କହିଛନ୍ତି ଆମେ ପଡ଼ୋଶୀ ଦେଶ ହୋଇ ରହିଛୁ ଏବଂ ରହିବୁ ମଧ୍ୟ। ତେବେ ଆପଣଙ୍କ ସୁରକ୍ଷା କେହି ଆବଶ୍ୟକ କରନ୍ତି ନାହିଁ। ଆପଣ କ୍ଷମତାକୁ ଆସିବା ପରେ ସମସ୍ତଙ୍କ ସହିତ ଲଢ଼େଇ କରୁଛନ୍ତି ବୋଲି ମଧ୍ୟ ସେ କହିଛନ୍ତି।
ସତର୍କ କଲା ଇରାନ୍. ଟ୍ରମ୍ପଙ୍କ ପାଇଁ ତେଲ ୧୦୦ ଡଲାର ଛୁଇଁବ
/sambad/media/post_attachments/wp-content/uploads/2018/06/petrol-pump-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)