ସେପ୍ଟେମ୍ବର ୧ରୁ ରେଳ ଯାତ୍ରୀଙ୍କୁ ମିଳିବ ନାହିଁ ମାଗଣା ଟ୍ରାଭେଲ୍‌ ଇନ୍‌ସୁରାନ୍ସ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧ରୁ ଭାରତୀୟ ରେଳ ଯାତ୍ରୀଙ୍କୁ ମାଗଣା ଟ୍ରାଭେଲ୍‌ ଇନ୍‌ସୁରାନ୍ସ ଯୋଗାଇବ ନାହିଁ ବୋଲି ଜଣାପଡ଼ିଛି।

ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଇଣ୍ଡିଆନ୍‌ ରେଲ୍‌େଓ୍ଵ କ୍ୟାଟରିଂ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେସନ(ଆଇଆର୍‌ସିଟିସି) ଯାତ୍ରୀଙ୍କୁ ମାଗଣା ଟ୍ରାଭେଲ ଇନ୍‌ସୁରାନ୍ସ ଯୋଗାଇବା ବ୍ୟବସ୍ଥା ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛି। ଆସନ୍ତା ସେପ୍ଟେମ୍ବର ପହିଲାରୁ ଏହା ଲାଗୁ ହେବ।

ଯେଉଁମାନେ ଆଇଆରସିଟିସି ପୋର୍ଟାଲ୍‌ରୁ କିମ୍ବା ଆଗରୁ ଟିକେଟ୍‌ ବୁକ୍‌ କରିବେ ସେମାନଙ୍କୁ ଦୁଇଟି ଅପସନ ଦେଖିବାକୁ ମିଳିବ। ସେମାନେ ଟ୍ରାଭେଲ୍‌ ଇନ୍‌ସୁରାନ୍ସ କରିବେ ନା କରିବେ ନାହିଁ ତାହା ନିଜେ ନିଷ୍ପତ୍ତି କରିବେ।

୨୦୧୭ ଡିସେମ୍ବରରେ ଡିଜିଟାଲ୍‌ କାରବାରକୁ ପ୍ରୋତ୍ସାହିତ କରିବା ଲାଗି ଆଇଆର୍‌ସିଟିସି ଯାତ୍ରୀଙ୍କୁ ମାଗଣା ଟ୍ରାଭେଲ୍‌ ଇନ୍‌ସୁରାନ୍ସ ଯୋଗାଇ ଦେଇଥିଲା।

ଏଥିପୂର୍ବରୁ ଆଇଆର୍‌ସିଟିସି ଡିଜିଟାଲ୍‌ କାରବାରକୁ ପ୍ରୋତ୍ସାହନ ଦେବା ଲାଗି ଡେବିଟ୍‌ କାର୍ଡରୁ ପୈଠ କଲେ କୌଣସି ସର୍ଭିସ୍‌ ଚାର୍ଜ ନେଉ ନଥିଲା।

ଆଇଆର୍‌ସିଟିସି ଦେଉଥିବା ଟ୍ରାଭେଲ୍‌ ଇନ୍‌ସୁରାନ୍ସ ସର୍ବାଧିକ ୧୦ ଲକ୍ଷ ଟଙ୍କାର କଭରେଜ ଦେଉଥିଲା। ରେଳ ଦୁର୍ଘଟଣାରେ ମୃତ୍ୟୁ ହେଲେ ୧୦ ଲକ୍ଷ କିମ୍ବା ଅଙ୍ଗହାନୀ ହେଲେ ୭.୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳୁଥିଲା।

ସମ୍ବନ୍ଧିତ ଖବର