ନୂଆଦିଲ୍ଲୀ : ଗ୍ରାହକଙ୍କୁ ଟିକେଟ୍ ଦଲାଲଙ୍କଠାରୁ ବଞ୍ଚାଇବା ସହ ଅଧିକ ସୁବିଧା ଯୋଗାଇବା ପାଇଁ ସମୟ-ସମୟରେ ଭାରତୀୟ ରେଳ ତାହାର ନିୟମରେ ପରିବର୍ତ୍ତନ କରିଥାଏ । ଏହା ପୂର୍ବରୁ ଇ-ଟିକେଟ ଦ୍ୱାରା ଟିକେଟ ବୁକିଂକୁ ଅଧିକ ସହଜ ଏବଂ ସୁବିଧା ଜନକ କରାଯାଇଥିଲା । ଏହା ପରେ ମଧ୍ୟ ଦଲାଲମାନେ ବେଆଇନ୍ ଭାବେ ଟିକେଟ୍ କିଣିବାର ଉପାୟ ଖୋଜିବାହାର କରିଥିଲେ । ତେବେ ଏଥିପାଇଁ ତତ୍କାଳ ଟିକେଟ୍ ବୁକିଂରେ ଭାରତୀୟ ରେଳ ବର୍ତ୍ତମାନ ଆରମ୍ଭ କରିଛନ୍ତି ନୂତନ ନିୟମ । ଏଣୁ ଟିକେଟ ବୁକିଂ କରିବା ପୂର୍ବରୁ ଏହି ନିୟମ ବିଷୟରେ ଜାଣିରଖନ୍ତୁ ।
/sambad/media/post_attachments/wp-content/uploads/2018/05/25-1432550043-irctcweb-300x225.jpg)
ନିୟମ ଅନୁଯାୟୀ , ସାଧାରଣତଃ ତତ୍କାଳ ଟିକେଟ ବୁକିଂ ୨୪ ଘଣ୍ଟା ପୂର୍ବରୁ ହୋଇଥିବା ବେଳେ ଏହା ସକାଳ ୧୦ଟାରେ ଆରମ୍ଭ ହୋଇଥାଏ । କିନ୍ତୁ ବର୍ତ୍ତମାନ ସ୍ଲିପର କୋଚ୍ର ଟିକେଟ ବୁକିଂ ସକାଳ ୧୧ଟାରେ ଆରମ୍ଭ ହେବାକୁ ଥିବା ବେଳେ ଏସି କୋଚ୍ର ଟିକେଟ ବୁକିଂ ୧୦ଟାରୁ ଆରମ୍ଭ ହେବ ।
ତତ୍କାଳ ବୁକିଂର ଅଧଘଣ୍ଟା ପୂର୍ବରୁ ହିଁ ସମସ୍ତ ଅନ୍ଲାଇନ୍ ଟିକେଟ୍ ବୁକିଂ ସାଇଟଗୁଡ଼ିକରେ ଏହାର ସୁବିଧା ଉପଲବ୍ଧ ହେବ । ଏହା ସହ ଗୋଟିଏ ଆଇଡିରୁ କେବଳ ଦୁଇଟି ଟିକେଟ ହିଁ ବୁକିଂ ହୋଇ ପାରିବ ।
ଦଲାଲ ସମସ୍ୟାକୁ ବନ୍ଦ କରିବା ପାଇଁ ଗୋଟିଏ ଆଇପି ଆଡ୍ରେସ୍ରୁ କେବଳ ଦୁଇଟି ଟିକେଟ ବୁକିଂ କରିବାର ନିୟମ ରହିଛି। ଏଥିସହ ଇଣ୍ଟରନେଟ ଟିକେଟିଙ୍ଗରେ ଓଟିପିକୁ ବାଧ୍ୟତାମୂଳକ କରାଯାଇଛି।