ଭୁଲ ମେସେଜ ପଠାଇ ଆଇଆରସିଟିସି ଯାତ୍ରୀଙ୍କୁ ଫେରସ୍ତ କଲା ୨୫୦୦୦ ଟଙ୍କା

ନୂଆଦିଲ୍ଲୀ : ଯାତ୍ରୀଙ୍କୁ ଟ୍ରେନ ବାତିଲ ହେବାର ଭୁଲ ମେସେଜ ପଠାଇଥିବାରୁ ଆଇଆରସିଟିସିକୁ ୨୫୦୦୦ ଟଙ୍କା ଫେରସ୍ତ ଦେବାକୁ ପଡ଼ିଛି। ମହାବୋଧି ଏକ୍ସପ୍ରେସରେ ଯାତ୍ରା କରିବାକୁ ଥିବା ଜଣେ ଯାତ୍ରୀଙ୍କୁ ଭୁଲ ସୂଚନା ସମ୍ବଳିତ ମେସେଜ ପଠାଇବାରୁ ସେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଣୁ ଯାତ୍ରୀ ଜଣଙ୍କ ଆଇଆରସିଟିସି ବିରୁଦ୍ଧରେ ମାମଲା ରୁଜୁ କରିଥିଲେ। ଏହାର ବିଚାର କରି ଖାଉଟି ଅଦାଲତ ରେଳବାଇକୁ ୨୫,୦୦୦ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାରୁ ଜଣାପଡ଼ିଛି, ଉତ୍ତରପ୍ରଦେଶର ଭଇସାଲୀରେ ରହୁଥିବା ପ୍ରତାପ ସିଂଙ୍କ ପୁଅ ଅକ୍ଷତ ସିଂ ୨୯ ତାରିଖ ଦିନ ଅଲ୍ଲାହାବାଦଠାରୁ ଦିଲ୍ଲୀ ମହାବୋଧି ଏକ୍ସପ୍ରେସ ଦ୍ୱାରା ଯାତ୍ରା କରିବାର ଥିଲା । ସେହିଦିନ କିନ୍ତୁ ତାଙ୍କୁ ଆଇଆରସିଟିସି ତରଫରୁ ଟ୍ରେନ ବାତିଲ ହେଲା ଏବଂ ଯଦି ପଇସା ଫେରସ୍ତ ଚାହୁଛନ୍ତି ତେବେ ଟିକେଟ ବାତିଲ କରନ୍ତୁ ବୋଲି ସୂଚନା ମେସେଜ ଆସିଥିଲା। କିନ୍ତୁ ପରମୂହୁର୍ତ୍ତରେ, ଟ୍ରେନଟି ବାତିଲ ହୋଇ ନ ଥିବା ଏବଂ ମେସେଜଟି ଭୁଲ ରେ ଆସିଥିବାର ଜଣାପଡ଼ିଥିଲା।

India Rail Info

‘ମେସେଜଟି ପାଇବା ପରେ ଅକ୍ଷତ ଟିକେଟକୁ ବାତିଲ କରିବା ପରେ ଅନ୍ୟ କୌଣସି ଟ୍ରେନ ନ ଥିବାରୁ ଜରୁରୀ କାମ ଯୋଗୁଁ ଏକ କ୍ୟାବ ଦ୍ୱାରା ଦିଲ୍ଲୀକୁ ଯାତ୍ରା କରିଥିଲେ । କିନ୍ତୁ ଦିଲ୍ଲୀରେ ପହଞ୍ଚିବା ପରେ ସେ ଆଶ୍ଚଯ୍ୟର୍ ହୋଇଯାଇଥିଲେ । ସେ ଦେଖିଲେ ଟ୍ରେନଟି ସଠିକ ସମୟରେ ଆଲ୍ଲାହାବାଦରୁ ବାହାରି ଦିଲ୍ଲୀରେ ପହଞ୍ଚିଛି। ଏହା ପରେ ସେ ବାତିଲ କରିଥିବା ୨ ଟି ଟିକେଟ ମଧ୍ୟରୁ ଗୋଟେର ପଇସା ଫେରସ୍ତ ଆସିଥିବା ବେଳେ ଅନ୍ୟ ଟିକେଟଟି ତତ୍‌କାଳରେ ମଞ୍ଜୁର ହୋଇଥିବା ଯୋଗୁଁ ପଇସା ଆସି ନଥିଲା’ ବୋଲି ଅକ୍ଷତ ସିଂଙ୍କ ଠାରୁ ଜଣାପଡ଼ିଛି।

ଏହାପରେ ଅକ୍ଷତ ସିଂ ଦିଲ୍ଲୀ ଜିଲ୍ଲା ଗ୍ରାହକ ଫୋରମରେ ଆଇଆରସିଟିସି ବିରୋଧରେ ମାମଲା ଦାୟର କରିବା ସହ ଟିକେଟ ଏବଂ କ୍ୟାବ ଭଡ଼ା ଫେରସ୍ତ ପାଇଁ ଆବେଦନ କରିଥିଲେ । ଘଟଣାର ତଦନ୍ତ ପରେ,ସୂଚନା ମେସେଜଟି ଭୁଲରେଆଇଆରସିଟିସି ଦ୍ୱାରା ଯାତ୍ରୀଙ୍କୁ ପଠାଯାଇଥିଲା । କିନ୍ତୁ ଏହାପରେ ସଠିକ ସୂଚନା ଦେଇ ମେସେଜଟି ଭୁଲରେ ଯିବା କଥା ଏକ ମେସେଜ ଜରିଆରେ ଆଇଆରସିଟିସି କୁ ଜଣାଇବାର ଥିଲା । ଏହି ଘଟଣା ଦ୍ୱାରା ରେଲ କର୍ମଚାରୀଙ୍କ ଦାୟିତ୍ୱହୀନତା ଏବଂ ଅସାବଧାନତା ପ୍ରମାଣିତ ହେଉଛି । ଏଣୁ ଯାତ୍ରୀଙ୍କୁ ଆଇଆରସିଟିସି କୁ ୨୫୦୦୦ ଟଙ୍କା ଦେବାକୁ ପଡ଼ିବ ବୋଲି ଆଦେଶ ଦେଇଥିଲେ ଖାଉଟି ଅଦାଲତର ବିଚାରପତି ।

ସମ୍ବନ୍ଧିତ ଖବର