ମୁମ୍ବାଇ: ପୁଣି ଥରେ ପ୍ରିମିୟମ୍ ଟ୍ରେନ୍ରେ ପରଷା ଯାଇଥିବା ଖାଦ୍ୟକୁ ନେଇ ଯାତ୍ରୀ ଅଭିଯୋଗ କରିଛନ୍ତି। ଏହି ଘଟଣା ମୁମ୍ବାଇରୁ ଚିପଲୁନ୍ ଅଭିମୁଖେ ଯାଉଥିବା ଜନଶତାବ୍ଦୀ ଟ୍ରେନ୍ରେ ଘଟିଛି। ଖରାପ ଖାଦ୍ୟ ପରିବେଷଣ ଅଭିଯୋଗ ପରେ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ୍ (ଆଇଆରସିଟିସି) ଖାଦ୍ୟ ଯୋଗାଣକାରୀ ସଂସ୍ଥା ଉପରେ ଏକ ଲକ୍ଷ ଟଙ୍କାର ଜରିମାନା କଷିଛନ୍ତି।
zeenewsଜଣେ ଯାତ୍ରୀ ଜନଶତାବ୍ଦୀ ଏକ୍ସପ୍ରେସ୍ରେ ନିକୃଷ୍ଟମାନର ଓ ବାସି ଖାଦ୍ୟ ପରଷାଯିବା ନେଇ ଆଇଆରସିଟିସିରେ ଅଭିଯୋଗ କରିଥିଲେ। ଜାନୁଆରି ୧୧ ତାରିଖରେ ଦାଦର-ଗୋଆ ଶତାବ୍ଦୀ ଏକ୍ସପ୍ରେସ୍ରେ ଯାତ୍ରୀଙ୍କ ଖାଦ୍ୟରେ ବାସି ପାଉଁରୁଟି ଦିଆଯାଇଥିଲା। ତେବେ ଟ୍ରେନ୍ରେ ଯାତ୍ରୀଙ୍କୁ ବାସି ଖାଦ୍ୟ ପରଷାଯିବା ଘଟଣା ଏହା ପ୍ରଥମ ନୁହେଁ। ଏହାର କିଛିଦିନ ପୂର୍ବରୁ ତେଜସ ଓ ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍ରେ ଯାତ୍ରୀଙ୍କୁ ଖରାପ ଖାଦ୍ୟ ପରଷା ଯିବା ନେଇ ଅଭିଯୋଗ ହୋଇଥିଲା। ସେହି ସମୟରେ ଆଇଆରସିଟିସି ଖାଦ୍ୟ ଯୋଗାଣକାରୀ ସଂସ୍ଥା ଉପରେ ଜରିମାନା ବି କରିଥିଲା। ଏହି ଘଟଣାକୁ ନେଇ ଆଇଆରସିଟିସି ଉପରେ ପ୍ରଶ୍ନ ଉଠିଥିଲା କି, ପ୍ରିମିୟମ ଟ୍ରେନ୍ରେ ଏତେ ଟଙ୍କା ଦେବା ପରେ ବି ଯାତ୍ରୀଙ୍କୁ ପ୍ରକୃଷ୍ଟମାନର ଖାଦ୍ୟ କାହିଁକି ପରଷା ଯାଉନାହିଁ?
Hindustan Timesଆଇଆରସିଟିସିର ଅଧିକାରୀଙ୍କ କହିବାନୁସାରେ, ଖରାପ ଖାଦ୍ୟ ପରଷା ଯିବା ଅଭିଯୋଗ ମିଳିବା ପରେ ଖାଦ୍ୟ ଯୋଗାଣକାରୀ ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଟ୍ରେନ୍ ଭିତରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟି ରଖା ଯାଉଥିବା ସହିତ ଯାତ୍ରୀ କିପରି ଯାତ୍ରା ସମୟରେ ଉତ୍ତମ ମାନର ଖାଦ୍ୟ ଖାଆନ୍ତୁ ତାହା ଉପରେ ବିଶେଷ ଧ୍ୟାନ ରଖାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Jana-Satabdhi-14_Thumb-1.jpg)