ନୂଆଦିଲ୍ଲୀ: ଅଧିକାଂଶ ଲୋକ ଲମ୍ବା ଯାତ୍ରା ପାଇଁ ଟ୍ରେନ ଉପରେ ନିର୍ଭର କରନ୍ତି | ଲମ୍ଵାଯାତ୍ରା ପାଇଁ ଟ୍ରେନକୁ ସବୁଠାରୁ ନିର୍ଭରଯୋଗ୍ୟ ଏବଂ ସୁବିଧାଜନକ ବୋଲି ବିବେଚନା କରାଯାଏ | ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ ମଧ୍ୟ ବିଭିନ୍ନ ସେବା ଯୋଗାଇଥାଏ, ଯେଉଁଥିରେ ଏକ ସମ୍ପୂର୍ଣ୍ଣ ଟ୍ରେନ୍ କିମ୍ବା ପୁରା କୋଚ୍ ବୁକିଂ କରିବାର ସୁବିଧା ମଧ୍ୟ ରହିଛି | ଅର୍ଥାତ ଯଦି ଆପଣଙ୍କର ଏକ ବଡ ପରିବାର ଅଛି ବା ଆପଣ ପୁରା ଟ୍ରେନ ବା କୋଚ ବୁକିଂ କରିବାକୁ ଚାଁହୁଛନ୍ତି ତାହା ବି କରିପାରିବେ | ଆପଣ ଆଇଆରସିଟିସି ୱେବସାଇଟ ମାଧ୍ୟମରେ ଟ୍ରେନ ଟିକେଟ ତ ବୁକିଂ କରିଥିବେ | କିନ୍ତୁ ଆପଣ ଏହି ୱେବସାଇଟ ମାଧ୍ୟମରେ ଟ୍ରେନର ପୁରା କୋଚ୍ ମଧ୍ୟ ବୁକ୍ କରିବାର ସୁବିଧା ପାଇବେ | ଆଜି ଆମେ ଆପଣଙ୍କୁ କହିବୁ ଯେ ପୁରା କୋଚ ବା ଟ୍ରେନ ବୁକିଂ କରିବାକୁ ହେଲେ ଆପଣଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ଓ ଆପଣ କିଭଳି ବୁକିଂ କରିପାରିବେ | ଯଦି ଆପଣ ଟ୍ରେନର ପୁରା କୋଚ୍ ବୁକ୍ କରିବାକୁ ଚାହୁଁଛନ୍ତି, ତେବେ ରେଳବାଇ ଦ୍ୱାରା ଏଫଟିଆର ସୁବିଧା ଯୋଗାଇ ଦିଆଯାଉଛି | ଆଇଆରସିଟିସିର ଏଫଟିଆର ୱେବସାଇଟ୍ www.ftr.irctc.co.in ପରିଦର୍ଶନ କରି ଆପଣ ଯାତ୍ରା ପାଇଁ ସମ୍ପୂର୍ଣ୍ଣ କୋଚ୍ ବୁକ୍ କରିପାରିବେ |
ରେଳ ନିୟମ ଅନୁଯାୟୀ, ଟ୍ରେନର ସମ୍ପୂର୍ଣ୍ଣ କୋଚ୍ ବୁକ୍ କରିବାକୁ ଆପଣଙ୍କୁ ନିର୍ଦ୍ଧାରିତ ପରିମାଣଠାରୁ ୩୦ ରୁ ୩୫ ପ୍ରତିଶତ ଅଧିକ ଦେବାକୁ ପଡିବ | ଯାତ୍ରାର ୬ ମାସ ପୂର୍ବରୁ ଆପଣଙ୍କୁ ଏହାକୁ ବୁକ୍ କରିବାକୁ ପଡିବ | ଯଦି ଆପଣ ଟ୍ରେନର କୋଚ୍ ବୁକ୍ କରନ୍ତି ତେବେ ଆପଣଙ୍କୁ ୫୦୦୦୦ ଟଙ୍କା ଦେବାକୁ ପଡିବ | ଏହା ବ୍ୟତୀତ, ଯଦି ଆପଣ ୧୮ଟି କୋଚ୍ ସହିତ ପୁରା ଟ୍ରେନ୍ ବୁକ୍ କରନ୍ତି, ତେବେ ଆପଣଙ୍କୁ ୯ ଲକ୍ଷ ଟଙ୍କା ଦେବାକୁ ପଡିବ | ଏଥି ସହିତ, ୭ ଦିନ ପରେ, ପ୍ରତ୍ୟେକ ଅଟକୁଥିବା ଷ୍ଟେସନ ପାଇଁ ୧୦ ହଜାର ଟଙ୍କା ଅଲଗା ଅଲଗା ଦେବାକୁ ପଡିବ | ଟ୍ରେନର ପୁରା କୋଚ୍ ବୁକ୍ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ ଆଇଆରସିଟିସିର ଏଫଟିଆର ୱେବସାଇଟକୁ ଯିବାକୁ ପଡିବ | ଏହା ପରେ ନିଜର ୟୁଜର୍ ଆଇଡି ତିଆରି କରିବାକୁ ପଡିବ | ଏହା ପରେ, ଆପଣ ୱେବସାଇଟରେ କୋଚ୍ ଏବଂ ଟ୍ରେନ୍ ବୁକିଂ କରିବାର ବିକଳ୍ପ ପାଇବେ, ଯାହାକୁ କ୍ଲିକ୍ କରିବାକୁ ପଡିବ | ତା’ପରେ ଆପଣଙ୍କୁ ଯାତ୍ରା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ପୂରଣ କରିବାକୁ ପଡିବ, ଯେଉଁଥିରେ ଯାତ୍ରା ତାରିଖ ଏବଂ କୋଚ୍ ବିଷୟରେ ସୂଚନା ଦେବାକୁ ପଡିବ | ଏହା ପରେ ଆପଣଙ୍କୁ ଦେୟ ଦେବାକୁ ପଡିବ | ଏଭଳି ଆପଣଙ୍କର ବୁକିଂ ହୋଇଯିବ |