ଆଇଆର୍‌ସିଟିସି ନିବେଶକ ସାଢ଼େ ଚାରି ମାସରେ କୋଟିପତି

ମୁମ୍ବାଇ: ଇଣ୍ଡିଆ ରେଲ୍‌ୱେ କ୍ୟାଟରିଂ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍ (ଆଇଆର୍‌ସିଟିସି) ଷ୍ଟକ୍‌ ବଜାରରେ ନିବେଶକମାନଙ୍କୁ ମୋଟା ଅଙ୍କର ରିଟର୍ଣ୍ଣ ପ୍ରଦାନ କରୁଛି। ମାତ୍ର କିଛି ମାସ ଭିତରେ ଏହା ନିବେଶକଙ୍କ ମଧ୍ୟରେ ବେଶ୍‌ ଆଲୋଡ଼ନ ସୃଷ୍ଟି କରିଛି। କଂପାନି ଗତବର୍ଷ ଅକ୍ଟୋବର ୧୪ରେ ଷ୍ଟକ୍‌ ବଜାରରେ ପ୍ରବେଶ କରିଥିଲା। ଏହାର ସେୟାର ଉଭୟ ବମ୍ବେ ଷ୍ଟକ୍‌ ବଜାର ଓ ନ୍ୟାସନାଲ୍ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ କାରବାର ପାଇଁ ଉପଲବ୍ଧ ହୋଇଥିଲା। ସେହି ସମୟରେ କଂପାନିର ସେୟାର ଦାମ୍ ଥିଲା ୩୨୦ ଟଙ୍କା। ସାଢ଼େ ଚାରି ମାସ ଭିତରେ ‌କଂପାନିର ସେୟାର ଦାମ୍ ୬ ଗୁଣ ବୃଦ୍ଧି ପାଇ ୧୯୯୫ ଟଙ୍କା ହୋଇଯାଇଛି। ଯେଉଁମାନେ ଗତ ଅକ୍ଟୋବରରେ ଆଇଆର୍‌ସିଟିସିରେ ୧୬ ଲକ୍ଷ ଟଙ୍କାରୁ ଅଧିକ ନିବେଶ କରିଥିଲେ ଏବେ ସେମାନେ କୋଟିପତି ହୋଇଯାଇଛନ୍ତି। ଆଇଆରସିଟିସିର ମୋଟ ବଜାର ପୁଞ୍ଜି ପରିମାଣ ୩୨ ହଜାର କୋଟି ଟଙ୍କା ହୋଇପାରିଛି।

ସମ୍ବନ୍ଧିତ ଖବର