ଟ୍ରେନ୍‌ ନୁହେଁ; ବସ୍‌ରେ ଗୋଆ ବୁଲାଇବ ଆଇଆର୍‌ସିଟିସି, ଟିକେଟ୍‌ ଦର ମାତ୍ର ୪୦୦ ଟଙ୍କା

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ରେଲ୍‌େଓ୍ଵ କ୍ୟାଟରିଂ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେସନ(ଆଇଆର୍‌ସିଟିସି) ପକ୍ଷରୁ ମାତ୍ର ୧ ଦିନ ପାଇଁ ଗ୍ରାହକମାନଙ୍କୁ ଏକ ଆକର୍ଷଣୀୟ ଅଫର୍‌ ପ୍ରଦାନ କରାଯାଉଛି। ଅଫର୍‌ଟିର ନାମ ହେଉଛି ‘ହପ୍‌ ଅନ୍‌ ହପ୍‌ ଅଫ୍‌ ଗୋଆ ବାଏ ବସ୍‌’। ଟିକେଟ୍‌ ଦର ଆରମ୍ଭ ହେଉଛି ମାତ୍ର ୪୦୦ ଟଙ୍କାରୁ। ଏହି ଅଫର୍‌ ଜରିଆରେ ଯାତ୍ରୀମାନେ ଉତ୍ତର ଗୋଆ ଯିବାକୁ ୪୦୦ ଟଙ୍କାର ଟିକେଟ୍‌ କରୁଥିବା ବେଳେ ଦକ୍ଷିଣ ଗୋଆ ଯିବାକୁ ବି ୪୦୦ ଟଙ୍କାର ଟିକେଟ୍‌ କରିବେ। ମାତ୍ର ଯଦି ଉଭୟ ଉତ୍ତର ଓ ଦକ୍ଷିଣ ଗୋଆ ଯାତ୍ରା କରିବେ ତ କମ୍ବୋ ପ୍ୟାକ୍‌ ମୁତାବକ୍‌ ଟିକେଟ୍‌ର ମୂଲ୍ୟ ୬୦୦ ଟଙ୍କା ଦେବାକୁ ହେବ।

ଦକ୍ଷିଣ କେନ୍ଦ୍ରୀୟ ଗୋଆରେ ରହିଥିବା ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ମଧ୍ୟରେ ଡୋନା ପଉଲା, ଗୋଆ ସାଇନ୍ସ ମିଉଜିୟମ୍‌, ମିରାମର୍‌ ବିଚ୍‌, କାଲା ଏକାଡେମି, ଭଗବାନ ମହାବୀର ଗାର୍ଡେନ, ପାଞ୍ଜିମ ମାର୍କେଟ, କ୍ୟାସିନୋ ପଏଣ୍ଟ୍‌, ରିଭର୍‌ ବୋଟ କ୍ରୁଜ୍‌ ଏବଂ ପୁରୁଣା ଗୋଆ( ପୁରୁଣା ଗୋଆରେ ରହିଛି ସେଣ୍ଟ୍‌ କ୍ୟାଥେରିନ୍‌ ଚାପେଲ୍‌, ଅର୍କ ଅଫ୍‌ ଭାଇସ୍‌ରୟ, ଏଏସ୍‌ଆଇ ମିଉଜିୟମ୍‌ ଏବଂ ସେଣ୍ଟ୍‌ ଅଗ୍ୟୁଷ୍ଟାଇନ୍‌)।

ସେହିପରି ଉତ୍ତର ଗୋଆରେ ରହିଛି ଫୋର୍ଟ ଅଗୁଆଡା, ସିନ୍‌କ୍ୟୁରିୟମ୍‌ ବିଚ୍‌/ଫୋର୍ଟ, କଣ୍ଡୋଲିମ୍‌ ବିଚ୍‌, ସେଣ୍ଟ୍‌ ଆଣ୍ଟୋନି ଚାପେଲ୍‌, ସେଣ୍ଟ୍‌ ଆଲେକ୍ସ ଚର୍ଚ, କଲନଗୁଟେ ବିଚ୍‌, ବାଗା ବିଚ୍‌, ଅନ୍‌ଜୁନା ବିଚ୍‌, ଚପୋରା ଫୋର୍ଟ, ଭାଗାଟୋର ବିଚ୍‌। କମ୍ବୋ ପ୍ୟାକ୍‌ରେ ଯାଇଥିଲେ ମଲ୍‌ଦେ ଗୋଆ ଏବଂ ସିଲଂ ଚର୍ଚ ବି ଦେଖି ହେବ।

ଗୋଆ ଟ୍ରିପ୍‌ ପାଇଁ ଯାତ୍ରୀମାନଙ୍କୁ ଆଇଆର୍‌ସିଟିସିର ପୋର୍ଟାଲରେ ଟିକେଟ୍‌ କରିବାକୁ ପଡ଼ିବ। ମେଲ୍‌ ଜରିଆରେ ଆଇଆର୍‌ସିଟିସି ପକ୍ଷରୁ ସମସ୍ତ ସୂଚନା ପ୍ରଦାନ କରାଯିବ। ଯାତ୍ରା ସମୟରେ ଯାତ୍ରୀମାନେ ନିଜ ସାଥିରେ ମେଲ୍‌ ଡିଟେଲ୍‌ ରଖିବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର