କୋଭିଡ୍-୧୯: ପ୍ରିମିୟମ୍ ଭରିବା ନିମନ୍ତେ ମାସେ ଅଧିକ ସମୟ ଦେବାକୁ ବୀମା କମ୍ପାନିଙ୍କୁ ନିର୍ଦେଶ ଦେଲା “ଆଇଆର୍ଡିଏଆଇ’

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ଉପୁଜିଥିବା ପରିସ୍ଥିତି ଦୃଷ୍ଟିରୁ ରିନ୍ୟୁଆଲ୍ ପ୍ରିମିୟମ୍ ଭରିବାକୁ ଗ୍ରାହକମାନଙ୍କୁ ଅତିରିକ୍ତ ୧ମାସ ସମୟ ଦେବା ନିମନ୍ତେ “ଇନ୍ସିଓରାନ୍ସ୍ ରେଗୁଲେଟରି ଆଣ୍ଡ୍ ଡେଭେଲପ୍ମେଣ୍ଟ୍ ଅଥରିଟି ଅଫ୍ ଇଣ୍ଡିଆ’ ବୀମା କମ୍ପାନିମାନଙ୍କୁ ନିର୍ଦେଶ ଦେଇଛନ୍ତି ।

କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଲକଡାଉନ ଘୋଷଣାଜନିତ ଅସୁବିଧା ଯୋଗୁଁ “ଆଇଆରଡିଏଆଇ’ ଏଭଳି ନିର୍ଦେଶ ଜାରି କରିଛି ।

ଏ ବିଷୟରେ ସର୍କୁ୍ଲାର ଜାରି କରି “ଆଇଆରଡିଏଆଇ’ କହିଛି ଯେ ସ୍ୱାସ୍ଥ୍ୟବୀମା କ୍ଷେତ୍ରରେ ପ୍ରିମିୟମ ଦେୟ ବିଳମ୍ବକୁ ବୀମା କମ୍ପାନିମାନେ ବୀମାଭଙ୍ଗ ବୋଲି ବିଚାର ନ କରି ଆଉ ୩୦ ଦିନ ଯାଏଁ ମାଫ୍ କରିଦେବେ ।

Image Source: The Economic Times

ଜୀବନବୀମା କ୍ଷେତ୍ରରେ ରିନ୍ୟୁଆଲ୍ ପେମେଣ୍ଟ୍ ଲାଗି ଏକ ମାସ ଗ୍ରେସ୍ ପିରିୟଡ୍ ଥାଏ । ଯଦି ପଲିସିଧାରୀମାନେ ଚାହୁଁଛନ୍ତି, ତେବେ ବୀମା କମ୍ପାନିମାନେ ତାହାକୁ ଆଉ ୩୦ ଦିନ ବଢ଼ାଇ ଦିଅନ୍ତୁ ।

ଏଥିଯୋଗୁଁ ବୀମା କମ୍ପାନି ଏବଂ ସେମାନଙ୍କ ସହ ସମ୍ପୃକ୍ତ ଅନ୍ୟ ସଂସ୍ଥାମାନେ କିଛି ବାଧାବିଘ୍ନର ସମ୍ମୁଖୀନ ହୋଇ ପାରନ୍ତି । କିନ୍ତୁ, ପଲିସିଧାରୀ ଏବଂ ଗ୍ରାହକମାନଙ୍କ ଉଚିତ ସେବା ଯୋଗାଇବା ନିମନ୍ତେ ବୀମା କମ୍ପାନି ସବୁ ଟେଲିଫୋନ୍ ବା ଇଲେକ୍ଟ୍ରୋନିକ୍ ମାଧ୍ୟମ ସମେତ ବିକଳ୍ପ ମାଧ୍ୟମ ଗ୍ରହଣ କରନ୍ତୁ ।

ସମ୍ବନ୍ଧିତ ଖବର