ଏସ୍‌ଏଲ୍‌ବିସି ଭଳି ସଂସ୍ଥା ଗଠନ କରିବ ଆଇଆରଡିଏଆଇ: ଦେବାଶିଷ

ନୂଆଦିଲ୍ଲୀ : ବ୍ୟାଙ୍କିଂ ଶିଳ୍ପ ପାଇଁ କାର୍ଯ୍ୟ କରୁଥିବା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ଭଳି ବୀମା ଶିଳ୍ପ ପାଇଁ ମଧ୍ୟ ରାଜ୍ୟସ୍ତରୀୟ ସଂସ୍ଥା ଗଠନ ଯୋଜନା ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ)ର ରହିଛି। ଆଇଆରଡିଏଆଇ ଅଧ୍ୟକ୍ଷ ଦେବାଶିଷ ପଣ୍ଡା ଗୁରୁବାର ସିଆଇଆଇ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି।

୨୦୪୭ ମସିହା ସୁଦ୍ଧା ସମସ୍ତଙ୍କୁ ବୀମା ପ୍ରଦାନ ନେଇ ରହିଥିବା ଲକ୍ଷ୍ୟ ହାସଲ ପାଇଁ ଏହା କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏଥିସହିତ ବୀମା ସଂସ୍ଥାଗୁଡ଼ିକ ପାଇଁ ରହିଥିବା ନିୟନ୍ତ୍ରଣକୁ ମଧ୍ୟ କୋହଳ କରାଯିବ। ଲୋକମାନେ କିଭଳି ସୁବିଧାରେ ଏବଂ ସୁଲଭ ମୂଲ୍ୟରେ ବୀମା ଉତ୍ପାଦ ପାଇବେ ତାହାକୁ ମଧ୍ୟ ଆଇଆରଡିଏଆଇ ପ୍ରୋତ୍ସାହନ ଦେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର